ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ୩ ରଥର ହେବ ଦକ୍ଷିଣମୋଡ

ପୁରୀ(କେନ୍ୟୁଜ୍): ଆଜି ୩ ରଥର ହେବ ଦକ୍ଷିଣମୋଡ । ବାହୁଡା ପାଇଁ ପ୍ରସ୍ତୁତ ହେଲେ ମହାପ୍ରଭୁ । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ନୀତି ସମାପ୍ତ ହେବା ପରେ ଆଜିଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଆଜି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ର ସହ ପଟୁଆରରେ ତିନି ବାଡରୁ ୩ ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଆସିବା ପରେ ଆରମ୍ଭ ହେବ ରଥଟଣା।

ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯିବ । ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ପେରେ ବଳଭଦ୍ର ଓ ଶେଷରେ ଜଗନ୍ନାଥଙ୍କ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ । ବାହୁଡା ଯାତ୍ରାରେ ୩ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦର୍ଶନ ବାରିକେଡ ନିର୍ମାଣ ହେବ । ରଥ ସାମ୍ନାରେ ଆଲୋକିକରଣ ହେବ । ଦର୍ଶନାର୍ଥୀଙ୍କ ପାଇଁ ବାରିକେଡ ନିର୍ମାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.