ଶେଷରେ ସଫଳତା : ରାଜ୍ୟସଭାରେ ବି ତିନ୍ ତଲାକ୍ ବିଲ୍ ପାସ୍, ମୋଦି କହିଲେ ମୁସଲମାନ ମହିଳାଙ୍କୁ ମିଳିଲା ନ୍ଯାୟ

ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ବହୁ ପ୍ରତୀକ୍ଷିତ ଟ୍ରିପଲ ତଲାକ୍ ବିଲ୍। ମୋଦି ସରକାରଙ୍କ ପ୍ରଥମ ପାଳିରେ ଏହି ବିଲ୍ ସଂସଦରେ ଗୃହୀତ ହୋଇ ପାରି ନଥିଲା। ଏଥର ପୁଣି ଏ ବିଲ୍ ଆଗତ ହୋଇଥିଲା। ଆଜି ରାଜ୍ୟସଭାରେ ଗୃହୀତ ହୋଇଥିଲା ତିନ୍ ତଲାକ୍ ବିଲ୍। ଏହି ବିଲ୍କୁ ସମର୍ଥନ କରିଥିଲା ବିଜେଡି। ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରୁଥିଲେ ବିରୋଧୀ। ତାହା ଖାରଜ ହୋଇଥିଲା। ସେପଟେ ବିଲ୍ ସପକ୍ଷରେ ୯୯ ଟି ମତ ପଡିଥିଲା। ବିଲ୍କୁ ବିରୋଧ କରିଥିଲେ ୮୪। ଜେଡିୟୁ, ଟିଆରଏସ୍ ଓ ଏଆଇଏଡିଏମ୍କେ ଦଳର ନେତା ୱାକ୍ ଆଉଟ କରିଥିଲା। ପିଡିଏସ୍ ଓ ବିଏସ୍ପି ଭୋଟିଂରେ ଅନୁପସ୍ଥିତ ରହିଥିଲେ।

ଆଜି ରାଜ୍ୟସଭାରେ ଡିବେଟ୍। ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ଅର୍ଥାତ ଟ୍ରିପଲ ତଲାକ ବିଲ୍। ବେଶ ବିବାଦୀୟ ବିଲ୍କୁ ନେଇ ରାଜନୈତିକ ବିରୋଧାଭାଷ ରହିଛି। କଂଗ୍ରେସ ସହ ଅନେକ ଦଳ ବିଲ୍କୁ ବିରୋଧ କରୁଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ଏ ବିଲ୍ ସଂସଦରେ ଗୃହୀତ ହୋଇ ପାରିନଥିଲା। ଅଧ୍ୟାଦେଶ ଜରିଆରେ ଆଇନ ଲାଗୁ ହୋଇଥିଲା। ପୁଣି ଥରେ ଦ୍ୱିତୀୟ ପାଳିର ପ୍ରଥମ ଅଧିବେଶନରୁ ଏହି ବିଲ୍କୁ ଆଗତ କରିଥିଲେ ମୋଦି ସରକାର। ବିଲ୍କୁ ଲୋକସଭାରେ ବିଜେଡି ସମର୍ଥନ କରିଥିଲା। ଆଜି ରାଜ୍ୟ ସଭାରେ ମଧ୍ୟ ଦଳ ସମର୍ଥନ ଦେଲା। ରାଜ୍ୟସଭାରେ ବିଜେପି ପାଖରେ ଆବଶ୍ୟକ ସଂଖ୍ୟ ନାହିଁ। ତେଣୁ ବିଜେଡିର ସମର୍ଥନ ଥିଲା ଗୁରୁତ୍ୱପୂର୍ଣ୍ଣ।

triple_talaqବିଲ୍ ଆଇନରେ ପରିଣତ ହେଲେ, ଇନ୍ଷ୍ଟାଣ୍ଟ ଟ୍ରିପଲ ତଲାକ ଏକ ଦଣ୍ଡନୀୟ ଅପରାଧ। ଯେଉଁଥିରେ ପୋଲିସ ଅଭିଯୁକ୍ତକୁ ବିନା ୱାରେଣ୍ଟରେ ଗିରଫ କରି ପାରିବ। ଏ କ୍ଷେତ୍ରରେ ଅଭିଯୁକ୍ତ ତିନି ବର୍ଷ ଯାଏ ଜେଲ ଦଣ୍ଡ ସହ ଫାଇନ ଦେବାକୁ ପଡିବ। ଟ୍ରିପଲ ତଲାକର ପୀଡ଼ିତା ମହିଳା କିମ୍ବା ତାଙ୍କ ରକ୍ତ ସମ୍ପର୍କୀୟ ଅଭିଯୋଗ ଆଣିଲେ ହିଁ ଏହା ଦଣ୍ଡନୀୟ ଶ୍ରେଣୀରେ ଆସିବ। ଗିରଫ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍ ବେଲ୍ ଦେଇ ପାରିବେ। କିନ୍ତୁ ବେଲ୍ ପ୍ରଦାନ ପୂର୍ବରୁ ପୀଡ଼ିତାଙ୍କ ମତାମତ ଶୁଣିବାକୁ ପଡିବ। ମହିଳାଙ୍କ ମତରେ ସନ୍ତୁଷ୍ଟ ହେଲେ ମାଜିଷ୍ଟ୍ରେଟ୍ ଅଭିଯୁକ୍ତକୁ ବେଲ୍ ଦେଇ ପାରିବେ।

SAHABANOନୂଆ ଆଇନ ଆସିଲେ ବୁଝାମଣା ମାଧ୍ୟମରେ ବିବାଦ ସମାଧାନ ପାଇଁ ବ୍ୟବସ୍ଥା ରହିଛି। ଯଦି ପୀଡ଼ିତା ମହିଳା ଚାହିଁବେ ତେବେ ଯାଇ ବୁଝାମଣାରେ ବିବାଦ ତୁଟିବ। ତେବେ ଏ କ୍ଷେତ୍ରରେ ବୁଝାମଣାର ସର୍ତ୍ତ କଣ ରହିବ, ତାହା ମାଜିଷ୍ଟ୍ରେଟ୍ ନିର୍ଦ୍ଧାରଣ କରିବେ। ଟ୍ରିପଲ ତଲାଖ ପାଇଥିବା ମହିଳାଙ୍କୁ ତାଙ୍କ ସ୍ୱାମୀ ଭତ୍ତା ପ୍ରଦାନ କରିବେ। ଭତ୍ତାର ପରିମାଣ କେତେ ରହିବ ତାହା ମାଜିଷ୍ଟ୍ରେଟ୍ ନିର୍ଦ୍ଧାରଣ କରିବେ। ଟ୍ରିପଲ ତଲାକ କ୍ଷେତ୍ରରେ ମହିଳାଙ୍କ ପାଖରେ ରହିବ ପୁଅଝିଅଙ୍କୁ ରଖିବାର ଅଧିକାର।

ତିନ ତଲାକ ବିଲ୍ ରାଜ୍ୟସଭାରେ ପାସ ହେବା ପେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଶହଶହ ବର୍ଷ ଧରି ଏହି କୁପ୍ରଥା ଯୋଗୁଁ କଷ୍ଟ ପାଉଥିବା ମୁସଲିମ ମହିଳାଙ୍କୁ ଆଜି ନ୍ୟାୟ ମିଳିଛି।

ବିଲ୍‌ ପାସ୍‌କୁ ନେଇ ମୁସଲମାନ୍‌ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.