ଟ୍ରକ ଉପରେ ଚଢିଗଲା ଆଉ ଏକ ଟ୍ରକ: ଡ୍ରାଇଭର-ହେଲ୍‌ପର ମୃତ , ୨ ଗୁରୁତର

ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଦୁଇ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଉପରେ ଚଢ଼ିଗଲା ଟ୍ରକ୍। ଫଳରେ ଦୁଇ ମୃତ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଆଜି ଭୋର ସମୟରେ ସୁନ୍ଦରଗଡ଼ ରାଜ୍ୟ ରାଜପଥ କଡ଼ କେଡିଆ ପେଟ୍ରୋଲ ପମ୍ପ ସମ୍ମୁଖରେ ଠିଆ ହୋଇଥିବା ଏକ ଟ୍ରକ ଉପରେ ରାଜଗାଙ୍ଗପୁରରୁ ସମେଣ୍ଟ ଆଣି ଆସୁଥିବା ଏକ ଟ୍ରକ ଚଢିଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍‌ପରଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ପରେ ସୁନ୍ଦରଗଡ଼ର ଯୁବକମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।

ସେହିପରି ଗାଡ଼ିରେ ଥିବା ୨ଜଣଙ୍କୁ ଅବସ୍ଥାରେ ଗୁରୁତର ଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ସୁନ୍ଦରଗଡ଼ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହିତ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.