ସାଉଥ ସୁପରଷ୍ଟାର ଧନୁଷଙ୍କ ବାର୍ଥଡେ’ରେ ରିଲିଜ ହେଲା ‘କ୍ୟାପଟେନ ମିଲର’ର ଟିଜର

ସାଉଥ ସୁପରଷ୍ଟାର ଧନୁଷଙ୍କ ଅପକମିଂ ଫିଲ୍ମ କ୍ୟାପଟେନ ମିଲରର ଚର୍ଚ୍ଚା ଅନେକ ଦିନ ହେବ ସୋସିଆଲ ମିଡିଆରେ ହୋଇଆସୁଛି । ତେବେ ଗତକାଲି ଧନୁଷଙ୍କ ୪୦ତମ ଜନ୍ମଦିନ ଅବସରରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି ।

ସାଉଥ ସୁପରଷ୍ଟାର ଧନୁଷଙ୍କ ଅପକମିଂ ଫିଲ୍ମ କ୍ୟାପଟେନ ମିଲରର ଚର୍ଚ୍ଚା ଅନେକ ଦିନ ହେବ ସୋସିଆଲ ମିଡିଆରେ ହୋଇଆସୁଛି । ତେବେ ଗତକାଲି ଧନୁଷଙ୍କ ୪୦ତମ ଜନ୍ମଦିନ ଅବସରରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି । ୧ ମିନିଟି ୩୩ ସେକେଣ୍ଡର ଭିଡିଓ ଦେଖିବା ପରେ ଫ୍ୟାନ୍ସଙ୍କ କ୍ରେଜ ବଢିଯାଇଛି ଏହି ଫିଲ୍ମକୁ ନେଇ । ଫିଲ୍ମରେ ଡ୍ରାମା, ଆକ୍ସନ ସହ ଧନୁଷଙ୍କ ଅଭିନୟ ଟିଜରରେ ଦେଖିବା ପରେ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ଏହି ଫିଲ୍ମଟିକୁ ଦେଖିବା ପାଇଁ। ‘କ୍ୟାପଟେନ ମିଲର’ ଫିଲ୍ମଟି ‘ପୁଷ୍ପା’,‘କେଜିଏଫ’ ଓ ପଠାନ ପରି ଏକ ଆକ୍ସନ ଫିଲ୍ମ । ଯାହା ଏହାର ଟିଜରରେ ଦେଖିବା ପାଇଁ ମିଳିଛି ।

ଫିଲ୍ମର ଟିଜରରେ ପ୍ରଥମେ ଧନୁଷଙ୍କ ଜନ୍ମଦିନର ଶୁଭେଚ୍ଛା ଓ ବ୍ୟାନରର ଫଟୋ ଦେଖିବା ପାଇଁ ମିଳିଛି । ଏହା ପରେ ଦେଖିବାକ ମିଳିଛି ଧନୁଷଙ୍କ ଜବରଦସ୍ତ ଆକ୍ସନ । ଟିଜରରେ ହାତରେ ବନ୍ଧୁକ ଧରି, ବ୍ୟାନିୟନ ଓ ଟ୍ରାଉଜର ପିନ୍ଧି ଧନୁଷଙ୍କ ଏଣ୍ଟ୍ରିର ଝଲକ ଦେଖିବାକୁ ଖୁବ୍ ଜବରଦସ୍ତ ଲାଗୁଛି । ଆଖି ପିଛୁଳାକେ ଧନୁଷ ହାତରେ କୁରାଢି ଧରି ଆକ୍ସନ କରୁଥିବା ଅବତାରରେ ନଜର ଆସିଛନ୍ତି । କ୍ୟାପଟେନ ମିଲର ଫିଲ୍ମର ଟିଜରରେ ଏହିପରି ଡ୍ରାମା ଓ ଆକ୍ସନରେ ଭରପୁର ଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଫିଲ୍ମ ‘କ୍ୟାପଟେନ ମିଲର’ ତାମିଲ, ତେଲୁଗୁ,ଓ ହିନ୍ଦୀରେ ଭାଷାରେ ରିଲିଜ ହେବ । ଏହି ଫିଲ୍ମଟି ୧୫ ଡିସେମ୍ବରରେ ସିନେମା ହଲ୍ ରେ ରିଲିଜ ହେବ । ଅରୁନ ମାଥେଶ୍ୱରନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ହୋଇଛି, ଏହା ସହ ଏହାର କାହାଣୀ ମଧ୍ୟ ସେ ଲେଖିଛନ୍ତି । ସେଣ୍ଟିଲ ଥିଆରାଜନ ଓ ଅର୍ଜୁନ ଥିଆରାଜନ ଫିଲ୍ମଟିର ପ୍ରଯୋଜକ । ଫିଲ୍ମରେ ସନ୍ଦୀପ କିଶନ ଓ ପ୍ରିୟଙ୍କା ମୋହନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ଫିଲ୍ମ ପାଇଁ ଅନେକ ସମୟ ଧରି ଚର୍ଚ୍ଚାରେ ରୁହନ୍ତି । ଏବେ ମଧ୍ୟ ଧନୁଷ ତାଙ୍କ ଅପକମିଂ ଫିଲ୍ମ ‘କ୍ୟାପଟେନ ମିଲର’ ଆସିବାକୁ ନେଇ  ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.