ନନ୍ଦନକାନନରେ ପାଣିପାଗ ଖରାପ: ଏକା ବେଳକେ ୧୨ ବନ୍ୟପ୍ରାଣୀ ଅସୁସ୍ଥ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୨ ବନ୍ୟପ୍ରାଣୀ ଅସୁସ୍ଥ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ ବି ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ କିଛି ଉନ୍ନତି ଆସୁନାହିଁ। ନିୟମିତ ଚିକିତ୍ସା ଚାଲିଛି । ତଥାପି ସେମାନେ ସୁସ୍ଥ ହେଉନଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ବିଶେଷକରି ଧଳା ବାଘୁଣୀ ବିଜୟା ଓ ସିଂହୀ ବିଜ୍‌ଲି ଖାଦ୍ୟ ଗ୍ରହଣ କରୁନଥିବାରୁ କର୍ତ୍ତୃପକ୍ଷ ବିଶେଷ ଚିନ୍ତିତ ହୋଇପଡ଼ିଛନ୍ତି। ଯାହାଫଳରେ ଗତକାଲି ଓୟୁଏଟିର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ନନ୍ଦନକାନନକୁ ଆସି ଅସୁସ୍ଥ ଜନ୍ତୁମାନଙ୍କୁ ପରିଖିଛନ୍ତି।

ଗତ କିଛି ଦିନ ହେଲା ଏଠାରେ ୪ ହଳ ଶାଗୁଣା, ଶିକାରୀ ଗୁଳିମାଡ଼ରେ ଆହତ ହୋଇ କୋରାପୁଟ ଜୟପୁରରୁ ଆସିଥିବା ଦେଶୀ ଭାଲୁ, ଏକ ଅଣ୍ଡିରା ସମ୍ବର, ବାଘୁଣୀ ବିଜୟା ଓ ସିଂହୀ ବିଜ୍‌ଲି ଅସୁସ୍ଥ ଅଛନ୍ତି। ବାଘୁଣୀ ବିଜୟା ଓ ସିଂହୀ ବିଜ୍‌ଲି ଭଲରେ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଫଳରେ ଦିନକୁ ଦିନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେବାରେ ଲାଗିଛି।

ଜୟପୁରରୁ ଆସିଥିବା ଭାଲୁଟି ଉଠିପାରୁନଥିବାରୁ ତା’ର ପଛ ଫଡିଆରେ ଇନଫେକସନ୍ ହୋଇଗଲାଣି। ସେହିଭଳି ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ପରିସରସ୍ଥିତ ଶାଗୁଣା ପ୍ରଜନନ କେନ୍ଦ୍ରରେ ଥିବା ଧଳା‌ ବେକ ଶାଗୁଣା ସଂକ୍ରମଣର ଶୀକାର ହୋଇଛନ୍ତି ଓ ସେମାନଙ୍କର ଆଖି ପତା ଫୁଲା କମୁନାହିଁ। ପ୍ରାପ୍ତ ବୟସ୍କ ଅଣ୍ଡିରା ସମ୍ବରର ପାଟିରୁ ଫେଣ ବାହାରୁଛି ଓ ଠିକ୍ ସେ ନିଃଶ୍ବାସ ନେଇପାରୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.