ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଅଘଟଣ, ବିଦ୍ୟୁତ୍ ତାର ଲାଗି ଜଳିଗଲା ୨ଟି ବସ୍

ଭୁବନେଶ୍ୱର(କେନ୍ଯୁଜ୍) : ଜଳିଗଲା ବସ୍ । ବିଦ୍ୟୁତ୍ ତାର ଲାଗି ୨ଟି ବସ୍ ଜଳିଯାଇଛି । ଭୁବନେଶ୍ୱର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି । ତେବେ ସୌଭାଗ୍ୟ ବଶତଃ ଏଥିରେ କେହି ଯାତ୍ରୀ ନଥିବାରୁ କାହାରି କୌଣସି କ୍ଷତି ହୋଇନାହିଁ ।
ବସ୍ ଦୁଇଟି ଛିଡା ହୋଇଥିବାବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।