ଢେଙ୍କାନାଳ(କେନ୍ୟୁଜ୍) : ବସ୍ରେ ଲାଗିଲା ନିଆଁ। ଢେଙ୍କାନାଳ ନିକଟସ୍ଥ ୱାଡର କାଲିଟାକ୍ସ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟିଛି। ବସ୍ଟି ଗ୍ୟାରେଜକୁ ରିପାରିଂ ହେବାକୁ ଆସିଥିବାବେଳେ ଅଚାନକ୍ ନିଆଁ ଲାଗିଯାଇଥିଲା। ଫଳରେ ଅଗ୍ନିକାଣ୍ଡରେ ୨ଟି ବସ୍ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।