ଦଣ୍ଡଯାତ୍ରାରେ ପୃଥକ ସ୍ଥାନରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଦଣ୍ଡଯାତ୍ରାରେ ପୃଥକ ସ୍ଥାନରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ । ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ଓ ପୁରୁଣାକଟକ ଥାନା ବାଦୀକଟା ଗ୍ରାମରେ ଗଲା ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକଙ୍କ ମୃତ୍ୟୁ ହୋଇଛି

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାର ହରଭଂଗା ବ୍ଲକରେ ପୃଥକ ସ୍ଥାନରେ ଦଣ୍ଡଯାତ୍ରାରେ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ହରଭଙ୍ଗା ଥାନା ଅତଲସରା ଗ୍ରାମରେ ଦଣ୍ଡଯାତ୍ରା ଚାଲିଥିବା ବେଳେ ପ୍ରାଣ ହରାଇଲେ ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ ଓ ପୁରୁଣାକଟକ ଥାନା ବାଦୀକଟା ଗ୍ରାମରେ ଗଲା ତିଲେଶ୍ୱର ଗ୍ରାମର ଶ୍ରୀବତ୍ସ ବାରିକ ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଦିକଟା ଗ୍ରାମରରେ ଗତକାଲି ରାତିରେ ତାକୁଡ଼ ଗ୍ରାମର ଦଣ୍ଡଯାତ୍ରା ପାର୍ଟି ନୃତ୍ୟ ପରିବେଷଣ କରିଥିଲେ । ତେବେ ସକାଳୁ ଗାଁରୁ ଦାଣ୍ଡଯାତ୍ରା ପାର୍ଟି ଯିବା ସମୟରେ ଜଣେ ଶ୍ରଦ୍ଧାଳୁ ଆଉ ଉଠିନଥିଲେ । ଫଳରେ ତାଙ୍କୁ ଅଚେତ ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ହେଲେ ତିଲେଶ୍ବର ଗ୍ରାମର ଶ୍ରୀବତ୍ସ ବାରିକ ।

ସେପଟେ ହରଭଙ୍ଗା ଥାନା ଅତଲସରା ଗ୍ରାମରେ କରଡ଼ି ଗ୍ରାମର ଦଣ୍ଡଯାତ୍ରା ପାର୍ଟି ପୂଜା କରୁଥିବା ବେଳେ ଜଣେ ଶ୍ରଦ୍ଧାଳୁ ଅସୁସ୍ଥ ହେବାରୁ ତାଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ବୌଦ୍ଧ ଥାନା ମାଉଲସିଙ୍ଗା ଗ୍ରାମର ବୁଦ୍ଧିଆ ନାଏକ । ଡାକ୍ତରଖାନାରେ ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.