ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ : ଏବେବି ପରିଚୟ ଖୋଜୁଛି ୨୯ ମୃତଦେହ

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ । ଦିନ ବିତିଥିଲେ ବି ଲୋକଙ୍କ ମନରୁ ଏଯାଏ ସେଦିନର ଲୋମଟାଙ୍କୁରା ଦୃଶ୍ୟ ଲିଭିନି । ଦୁର୍ଘଟଣାରେ ୨ ମାସ ପରେ ବି ଭୁବନେଶ୍ୱର ଏମ୍‌ସର କଣ୍ଟେନରରେ ଥିବା ୨୯ ମୃତଦେହର ପରିଚୟ ମିଳିନାହିଁ ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ । ଦିନ ବିତିଥିଲେ ବି ଲୋକଙ୍କ ମନରୁ ଏଯାଏ ସେଦିନର ଲୋମଟାଙ୍କୁରା ଦୃଶ୍ୟ ଲିଭିନି । ଦୁର୍ଘଟଣାରେ ୨ ମାସ ପରେ ବି ଭୁବନେଶ୍ୱର ଏମ୍‌ସର କଣ୍ଟେନରରେ ଥିବା ୨୯ ମୃତଦେହର ପରିଚୟ ମିଳିନାହିଁ । ସେମାନେ କିଏ ? କଣ ସେମାନଙ୍କର ପରିଚୟ ? ନିଖୋଜଙ୍କ ପରିବାର ଲୋକ ବି ଅପେକ୍ଷା କରିଛନ୍ତି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ମୃତ ଶରୀରକୁ ନେଇ ଲାଗି ରହିଥିବା ସସପେନ୍ସ ସରିପାରେ ।

ଚଳିତ ସପ୍ତାହରେ ଅନ୍ତିମ ପର୍ଯ୍ୟାୟ ଡିଏନଏ ଟେଷ୍ଟ ରିପୋର୍ଟ ଆସିପାରେ । ଟ୍ରେନ୍‌ ଦୁର୍ଘଟଣା ପରେ ଭୁବନେଶ୍ୱର ଏମ୍ସରେ ୮୧ ଅଚିହ୍ନା ମୃତଦେହ ରଖାଯାଇଥିଲା । ଏକାଧିକ ଦାବିଦାର ବାହାରିବା ପରେ ଡିଏନଏ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଥିଲା ଦିଲ୍ଲୀ । ଡିଏନଏ ମ୍ୟାଚିଂ ପରେ ପୂର୍ବରୁ ୫୨ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଡିଏନଏ ମ୍ୟାଚ୍‌ କରୁଥିବା ମୃତଦେହକୁ ତୁରନ୍ତ ପରିବାର ଓ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ରେଳ ବିଭାଗର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ସିବିଆଇ । ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କ ସମେତ ୭ ଜଣଙ୍କୁ ବି ସସପେଣ୍ଡ କରାଯାଇଛି ।

ଗତ ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଲୁପ ଲାଇନରେ ଆସି ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସକୁ ବି ଧକ୍କା ଦେଇଥିଲା । ଟ୍ରିପଲ୍‌ ଟ୍ରେନ୍‌ ଟ୍ରାଜେଡି ନେଇଥିଲା ୨୯୩ ଜୀବନ । ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.