ଶେଷ ଦିନିକିଆ: ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ୨୦୦ ରନରେ ବୃହତ ବିଜୟ ହାସଲ କରିବା ସହ ୨-୧ରେ ସିରିଜ କବଜା କରିଛି ।୩୫୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୫୧ ରନ୍‌ କରି ପାରିଥିଲା ।

(କେନ୍ୟୁଜ): ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ୨୦୦ ରନରେ ବୃହତ ବିଜୟ ହାସଲ କରିବା ସହ ୨-୧ରେ ସିରିଜ କବଜା କରିଛି । ପ୍ରଥମେ ବିସ୍ଫୋରକ ବ୍ୟାଟିଂ । ପରେ ଟିମ୍‌ ଇଣ୍ଡିଆର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲା କାରାବେଆନ୍‌ ଟିମ୍‌ । ୩୫୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍‌ ମାତ୍ର ୧୫୧ ରନ୍‌ କରି ପାରିଥିଲା । ଘରୋଇ ଦଳର ୭ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରିଲେ ନାହିଁ । ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ସର୍ବାଧିକ ୪ଟି, ମୁକେଶ କୁମାର ୩ଟି, କୁଳଦୀପ ଯାଦବ ୨ଟି ଓ ଜୟଦେବ ଉନଦକତ ନେଇଥିଲେ ଗୋଟିଏ ୱିକେଟ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ କରିଥିଲା ୩୫୧ ରନ୍‌ । ଚାରି ଜଣ ଅର୍ଦ୍ଧଶତକ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.