ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା: ଆଜିବି ଭୀଷଣ ବର୍ଷିବ, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ବର୍ଷା ପ୍ରଭାବ । ଆଜି ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।

ସେହିପରି ୯ ଜିଲ୍ଲା ଦେବଗଡ଼, ଅନୁଗୋଳ, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୮ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ରେଡ୍‌ ୱାର୍ଣ୍ଣିଂ ଜିଲ୍ଲାରେ ୨୦ ସେଣ୍ଟିମିଟରୁ ଅଧିକ ବର୍ଷିପାରେ । ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ବଢ଼ିପାରେ ବିଭିନ୍ନ ନଦୀର ଜଳଶ୍‌ତର । ଏଥିପାଇଁ ସେସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ଯାଏ ଉତ୍ତର ଓଡ଼ିଶା ଉପକୂଳ ଓ ଉତ୍ତର ବଙ୍ଗୋପସାଗର ସମୁଦ୍ରକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । କାଲିଠାରୁ ବର୍ଷା କମିବ । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୭୫ ମିଲିମିଟର, ଭବାନୀପାଟଣାରେ ୧୨୨ ଓ ଫୁଲବାଣୀରେ ୧୦୨ ବର୍ଷା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.