ରାଉରକେଲା ପୋଲିସର ଏନକାଉଣ୍ଟର, ୨ କୁଖ୍ୟାତ ଅପରାଧୀ ଆହତ

ରାଉରକେଲା (କେନ୍ଯୁଜ୍): ରାଉରକେଲା ପୋଲିସର ଏନକାଉଣ୍ଟର। ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ । ବିଶ୍ରା ଥାନା ନୂଆଗାଁ ମଣ୍ଡପ ନିକଟରେ ଚକମା ଦେଇ ଘଟଣା ସ୍ଥଳରୁ ପଳେଇବାକୁ ଚେଷ୍ଟା କଲାବେଳେ ପୋଲିସ କରିଥିଲା ଗୁଳି ଚାଳନା। ୨ ଅପରାଧୀ ମୁସ୍ତାକ ଆଲାମ ଓ ଏମ୍‌ ଡି ଗୁଡ୍ଡର ଗୋଡ଼ରେ ଗୁଳି ବାଜିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଥାଉକି ବର୍ତ୍ତମାନ ଅପରାଧିଙ୍କୁ ଦମନ କରିବା ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଉଛି। କରୋନା କଟକଣା ଭିତରେ ଗଳିକନ୍ଦି ଭିତରେ ଅପରାଧିମାନେ ନିଜର ସାମ୍ରାଜ୍ଯ ବଢାଇଚାଲିଛନ୍ତି । ବର୍ତ୍ତମାନ ପାର୍ବଣ ଚାଲିଥିବାରୁ ଶାନ୍ତି ଶୃଙ୍ଖଳାରେ ଏହାକୁ ଶେଷ କରିବା ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଟ୍ବିନ୍ ସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ ଜାରି କରାଯାଇଛି। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ମଧ୍ଯ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ବହୁ ଅମାନିଆ ଲୋକଙ୍କୁ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

ଏହାଭିତରେ ରାଉରକେଲା ପୋଲିସକୁ ଏକ ବଡ ସଫଳତା ମିଳିଛି। ୨ କୁଖ୍ୟାତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପୋଲିସ୍। ତେବେ ଆଗକୁ ଅପରାଧିଙ୍କୁ ଦମନ କରିବା ପାଇଁ ଆହୁରୀ କଡ଼ା ପଦକ୍ଷପ ଗ୍ରହଣ କରାଯିବ ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.