ଗ୍ୟାସ ଟ୍ୟାଙ୍କର ସହ ହାଇୱା ମୁହାଁମୁହିଁ ଧକ୍କା: ୨ ଗୁରୁତର 

ଟାଙ୍ଗୀ : ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟରେ ଭୁବନେଶ୍ୱର ପଟୁ ଗ୍ୟାସ ଟ୍ୟାଙ୍କର ଆସୁଥିବାବେଳେ ବିପରୀତ ଦିଗ ବ୍ରହ୍ମପୁର ଆସୁଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକମାନେ ଏମାନଙ୍କୁ ଟାଙ୍ଗୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଡାକ୍ତର ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଛନ୍ତି ।

ଟ୍ରକ୍ ଚାଳକ ଜଙ୍କିଆ ଥାନା ଡମଣଭୁମୀ ଗ୍ରାମର ପ୍ରକାଶ ଭୋଳ ହୋଇଥିବା ବେଳେ ଗ୍ୟାସ ବୋଝେଇ ଚାଳକର ନାମ ଡି ହାଂସପାଳ.ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ଗ୍ୟାସ ବୋଝେଇ ଟ୍ୟାଙ୍କରଟି ପାରାଦ୍ୱିପରୁ ଵିଶାଖାପାଟଣା ଯାଉଥିଲା । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ୧୬ ନମ୍ବର ଜାତୀୟ ରାଜପଥରେ ଏବେ ଚତୁର୍ଥ ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ବହୁ ଜାଗାରେ କଟ ପଏଣ୍ଟ କରି ସିଙ୍ଗଲ ଲାଇନରେ ଗାଡି ମୋଟର ଯିବା ଆସିବା କରୁଛି । ଯାହା ଫଳରେ ଖୋର୍ଦ୍ଧା ଠାରୁ ବାଲୁଗାଁ ମଧ୍ୟରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.