ପାଣିରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି, ସାନ ଭଉଣୀକୁ ଉଦ୍ଧାର ପାଇଁ ଯାଇ ବୁଡ଼ିଗଲା ବଡ଼ଭଉଣୀ

ମାଲକାନଗିରି : ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ମୁକାନପାଲ୍ଲୀ ଗାଁରେ । ମୃତ ଦୁଇ ଶିଶୁଙ୍କର ବୟସ ଯଥାକ୍ରମେ ୬ ଏବଂ ୩ ବର୍ଷ ବୋଲି ଜଣାପଡିଛି । ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଘଟଣା ସ୍ଥଳରେ ପହଂଚି ଦୁଇ ଶିଶୁଙ୍କ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ମୋଟୁ ଥାନା ଅଧିକାରୀ ।

ଘର ନିକଟସ୍ଥ ଏକ ଗାଡିଆ ନିକଟରେ ଉଭୟ ଖେଳୁଥିବା ବେଳେ ସାନ ଭଉଣୀ ପାଣିରେ ବୁଡିଯାଇଥିଲା । ତେବେ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ ଭଉଣୀ ପାଣିକୁ ଡେଇଁଥିଲା । ତେବେ ଗାଡିଆରେ ପାଣି ଅଧିକ ଥିବାରୁ ବୁଡିଯାଇ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶିଶୁମାନଙ୍କର ଶବ ବ୍ୟବଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.