ଟିଟିଲାଗଡ଼ରୁ ଠାବ ହେଲେ ରାଜଧାନୀରୁ ନିଖୋଜ ଥିବା ଦୁଇ ଛାତ୍ର, ବେହୋସ କରି କିଏ ନେଇଯାଇଥିବା ନେଇ ସୂଚନା

ଦୁଇ ଛାତ୍ର ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗତକାଲି ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ଆଜି ଟିଟିଲାଗଡ଼ରୁ ସେମାନଙ୍କୁ ଠାବ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରୁ ନିଖୋଜ ଦୁଇ ଛାତ୍ର ଠାବ । ଟିଟିଲାଗଡ଼ରୁ ମିଳିଲେ ଦୁଇ ଛାତ୍ର । ଦୁଇ ଛାତ୍ରଙ୍କୁ ଆଣିବା ପାଇଁ ଟିଟିଲାଗଡ ଗଲା ଚନ୍ଦକା ଥାନାର ଏକ ଟିମ । ତାଙ୍କୁ ବେହୋସ କରି କିଏ ନେଇଯାଇଥିବା ନେଇ ସୂଚନା । କୌଶଳ କ୍ରମେ ଖସି ଆସି ଘରକୁ ଖବର ଦେଲେ ଦୁଇ ଛାତ୍ର । ଗତକାଲି ୧୦ଟା ବେଳୁ ନିଖୋଜ ହୋଇଥିଲେ ଦୁଇ ଛାତ୍ର । ଦୁଇ ଛାତ୍ର ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗତକାଲି ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ।

ଆଜି ଟିଟିଲାଗଡ଼ରୁ ସେମାନଙ୍କୁ ଠାବ କରାଯାଇଛି । ରିସେସ ସମୟ ରେ ସ୍କୁଲ ପରିସର ବାହାରକୁ ବିସ୍କୁଟ ଖାଇବାକୁ ଯାଇଥିଲେ । ଦୋକାନରୁ ଅପରିଚିତ ବ୍ୟକ୍ତି ମୁହଁରେ କିଛି ମାଡିଦେଇଥିବା ତାଙ୍କ ସାଙ୍ଗମାନେ କହିଥିଲେ । ଆଜି ସେମାନେ କୌଣସି ବସତଃ ଖସି ଆସି ନିଜ ଘର ଲୋକଙ୍କୁ ଫୋନରେ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.