ଛେଳି ଚୋରି ବେଳେ ଦୁଇ ଯୁବକଙ୍କୁ ମାଡ ମାରିବା ସହ ବାନ୍ଧିଲେ ଗାଁଲୋକ

ଉଦଳା(କେନ୍ୟୁଜ): ଛେଳି ଚୋରି ବେଳେ ଦୁଇ ଯୁବକଙ୍କୁ ମାଡ ମାରିବା ସହ ବାନ୍ଧିଲେ ଗାଁଲୋକ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଠପାଳ ଗାଁରେ । ଦୁଇ ଜଣ ଯୁବକ ରାଢୋ ଗାଁରୁ ଛେଳି ଚୋରି କରି ଖସି ପଳାଉ ଥିଲେ । ଖବର ପାଇ କାଠପାଳ ଗାଁ ଲୋକ ଉଭୟଙ୍କୁ ଅଟକାଇବା ସହ ଛେଳିକୁ ଉଦ୍ଧାର କରିଥିଲେ ।

ଏହା ପରେ ଦୁଇ ଯୁବକକୁ ବାନ୍ଧି ମାଡ ମାରିଥିଲେ । ଖବର ପାଇ ଉଦଳା ପୋଲିସ୍‌ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇଥିଲେ। ଦୁଇ ଯୁବକ ଉଦଳା ଅଂଚଳର ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.