Below header

ଅଗଷ୍ଟ ୧୯ ସୁଦ୍ଧା ସରିବ ସ୍ନାତକ ଶେଷ ସେମିଷ୍ଟର ପରୀକ୍ଷା, ସେପ୍ଟେମ୍ବର ଶେଷ ସୁଦ୍ଧା ବାହାରିବ ପରୀକ୍ଷା ଫଳ

କେନ୍ୟୁଜ୍(ବ୍ୟୁରୋ): କୁଳପତିଙ୍କ ବୈଠକ ପରେ ୟୁଜି ଓ ପିଜି ପରୀକ୍ଷା ପାଇଁ ପ୍ରସ୍ତୁତି । ଅଗଷ୍ଟ ୧୯ ସୁଦ୍ଧା ସରିବ ସ୍ନାତକ ଶେଷ ସେମିଷ୍ଟର ପରୀକ୍ଷା । ସେପ୍ଟେମ୍ବର ଶେଷ  ସୁଦ୍ଧା ବାହାରିବ ପରୀକ୍ଷା ଫଳ । ୨୦୨୧-୨୨ ଶିକ୍ଷାବର୍ଷରେ ପିଜିରେ ନାମଲେଖା ପାଇଁ ଚଳିତବର୍ଷ ମଧ୍ୟ ଏକକ ପ୍ରବେଶିକା ପରୀକ୍ଷା ହେବ । ଅଗଷ୍ଟ ୨୩ରୁ ସେପଟେମ୍ବର ପହିଲା ଭିତରେ ଏହି ଏଣ୍ଟ୍ରାନ୍ସ ହେବ । ଅକ୍ଟୋବର ୧୫ରୁ ପିଜିରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ମହାବିଦ୍ୟାଳୟରେ ପ୍ରସ୍ତୁତି ସହ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେଣି ।

ଆସନ୍ତା ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲୁଛି । ତେବେ ୟୁଜି/ପିଜି କ୍ଲାସରୁମ ପାଠପଢ଼ା ଆରମ୍ଭ ନେଇ ପ୍ରଶ୍ନ ଏଯାଏ କିଛି ନିଷ୍ପତ୍ତି ନେଇପାରିନି ଉଚ୍ଚଶିକ୍ଷା ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ । ଖୁବ୍‌ଶୀଘ୍ର ଏ ବାବଦରେ କିଛି ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି । ପରୀକ୍ଷା ନେଇ ସବୁ ପ୍ରସ୍ତୁତି ଚାଲିଥିବା ବେଳେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନ ପାଠପଢ଼ା କେବେ ଆରମ୍ଭ ହେବ ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.