ବୌଦ୍ଧ ମର୍ଯାକୁଦ ସେତୁ ନିକଟ ମହାନଦୀରେ ଭାସୁଛି ଅଜଣା ମୃତଦେହ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ମହାନଦୀରେ ଅଜଣା ଶବ । ସହରର ମର୍ଯାକୁଦ ସେତୁ ନିକଟରେ ଏକ ଅଜଣା ଶବ ଭାସୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳୁ ସହର କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ମର୍ଯାକୁଦ ସେତୁକୁ ଯାଇଥିବା ବେଳେ ଏକ ଶବ ଭାସମାନ ଅବସ୍ଥାରେରେ ନଦୀରେ ଥିବା ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ବୌଦ୍ଧ ପୋଲିସକୁ ଏ ନେଇ ଖବର ଦେବା ପରେ ବୌଦ୍ଧ ପୋଲିସ୍ ସେଠାରେ ପହଞ୍ଚି ଶବଟି କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ କରିଛି । ତେବେ ଶବ ଚିହ୍ନଟ ହେଲା ପରେ ହିଁ ଅଧିକ ତଦନ୍ତ ଆରମ୍ଭ କରାଯିବ ବୋଲି ପୋଲିସ୍ କହିଛି । ଶବ ଟି ଅନ୍ୟ କେଉଁ ସ୍ଥାନରୁ ନଦୀରେ ଭାସି ଆସିଥିବା ସନ୍ଦେହ କରାଯାଉଥିବା ବେଳେ , କିଏ ହତ୍ୟା କରିଛି ନା ଏହା ଆତ୍ମହତ୍ୟା ତାହା ତଦନ୍ତ ପରେ ହିଁ ଜଣାପଡ଼ିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.