ମାଲକାନଗିରିରେ ଅଜଣା ରୋଗର ଆତଙ୍କ, ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଅଜଣା ରୋଗରେ ୧୫ଦିନରେ ୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଆତଙ୍କ ଖେଳିଯାଇଛି । ଗାଁରେ ଡାକ୍ତରୀ ଦଳ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି । ସେମାନଙ୍କ ରକ୍ତ ଓ ଅନ୍ୟ ନମୁନା ସଂଗ୍ରହ କରାଯାଉଛି । ପ୍ରାଥମିକ ଭାବେ ଏକ୍ୟୁଟ ରେସପିରେଟୋରୀ ଇନଫେକ୍ସେନର ଲକ୍ଷଣ ଜଣାପଡ଼ିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆକ୍ରାନ୍ତ ଶିଶୁଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ଏହି ଅଜଣା ରୋଗ ବ୍ୟାପୁଛି ଓ ଏହାର ନିରାକରଣ ଅତିଶୀଘ୍ର ଖୋଜି ବାହାର କରାଯିବ ବୋଲି ନବଦାସ କହିଛନ୍ତି।… ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ୍‌ ଓ ସ୍ୱାଇନ୍‌ ଫ୍ଲୁ ଭଳି ଭୟଙ୍କର ରୋଗ ପରେ ଏବେ ଅଜଣା ରୋଗର ଆତଙ୍କ ଦେଖାଦେଇଛି। କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ୧୫ ଦିନ ମଧ୍ୟରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୭ଜଣ ଆକ୍ରାନ୍ତ ହୋଇଛନ୍ତି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆକ୍ରାନ୍ତଙ୍କ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଶିଶୁଙ୍କୁ ପ୍ରଥମେ ବାନ୍ତି, ଜ୍ୱର ହେବା ପରେ ଥଣ୍ଡାରେ ଆକ୍ରାନ୍ତ ହେଉଛନ୍ତି। ଏହା ଏବେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେପଟେ ସ୍ଥିତି ପରଖିବାକୁ କୋରାପୁଟ ମେଡିକାଲ କଲେଜରୁ ଏକ ଡାକ୍ତରୀ ଦଳ ଆସି ମାଲକାନଗିରିରେ ପହଞ୍ଚିଛି। ଏହି ବିଶେଷଜ୍ଞ ଦଳ ଶିଶୁ ମୃତ୍ୟୁର କାରଣ ଖୋଜାଚାଲିଛି।

Leave A Reply

Your email address will not be published.