ମମିତା ମର୍ଡର ମିଷ୍ଟ୍ରିରୁ ହଟିଛି ପରଦା : ସରଜମିନ ତଦନ୍ତ ପାଇଁ ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିବେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତାକୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଥିଲା। ଗୋବିନ୍ଦର ପରକୀୟା ପ୍ରୀତି ଜାଣିଥିଲେ ମମିତା । ମୁଖା ଖୋଲିଯିବା ଭୟରେ ସବୁଦିନ ପାଇଁ ମମିତାଙ୍କ ମୁହଁ ବନ୍ଦ କରିଦେଲା । ଗତ ୮ ତାରିଖରେ ଚକ୍ରାନ୍ତ କରି ଡାକିଥିଲା ଅଭିଯୁକ୍ତ । ଭବାନୀପାଟଣାରୁ କେଗାଁ ଯିବା ବାଟରେ କାର୍‌ ଭିତରେ ମମିତାଙ୍କୁ ମାରିଦେଇଥିଲା ଅଭିଯୁକ୍ତ । ହତ୍ୟା ପରେ ଗାଡ଼ିରେ ମୃତଦେହ ନେଇ ମହାଲିଙ୍ଗ ମିନି ଷ୍ଟାଡିୟମ ଯାଇଥିଲା । ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହକୁ କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡ଼ିଥିଲା ।

୯ ତାରିଖ ସକାଳେ ଗାତରେ ପୋତିଥିଲା ଗୋବିନ୍ଦ । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଅଧିକ ଖୋଳତାଡ ଓ ତଥ୍ୟ ପ୍ରମାଣ ପାଇଁ ଅଭିଯୁକ୍ତ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ତଣ୍ଟିଚିପି ହତ୍ୟା କରାଯାଇଛି କି ନାହିଁ ସ୍ପଷ୍ଟ ହୋଇନି । ଅଧିକ ତଥ୍ୟ ପ୍ରମାଣ ଯୋଗା଼ଡ଼ ପାଇଁ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ମମିତାଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ।

ସୂଚନା ଥାଉକି, ଟିଟଲାଗଦ ପୋଲିସକୁ ଚକମା ଦେଇ ଖସି ପଳେଇବାକୁ ଚେଷ୍ଟା କରିଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ। ପୂର୍ବରୁ ଗୋବିନ୍ଦ ସାହୁକୁ ଧରିବା ପାଇଁ ୨୦ ହଜାର ଟଙ୍କା ରଖିଥିବା ବେଳେ ପରେ ସେହି ମୂଲ୍ୟକୁ ଲକ୍ଷେକୁ ବୃଦ୍ଧି କରାଯାଇଥିଲା ।  ସୂଚନା ଦେବା ଯୋଗ୍ୟକି ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ପୋଲିସ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୂଚନା ଜାରି କରାଯାଇଥିଲ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.