ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ, ବିଏମସି ପକ୍ଷରୁ ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟୀକାକରଣ

ଭୁବନେଶ୍ବର: ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ। ବିଏମସି ପକ୍ଷରୁ ୩ଟି ଯୋନରେ ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟୀକାକରଣ। ବିଭିନ୍ନ ଆପାର୍ଟମେଣ୍ଟର ରେସିଡେନସିଆଲ ୱେଲଫର ଆସୋସିଏସନ ପକ୍ଷରୁ ପୂର୍ବରୁ ଏନେଇ ହୋଇଥିଲା ଆବେଦନ।

ପ୍ରତି ଆପାର୍ଟମେଣ୍ଟରେ ୨ଶହ ଲୋକଙ୍କୁ ଟୀକା ଦିଆଯିବାକୁ ଲକ୍ଷ୍ୟ ରଖିଛି ବିଏମସି । ପୂର୍ବରୁ ଆପାର୍ଟମେଣ୍ଟ ଗୁଡିକରେ ବିଏମସି ପକ୍ଷରୁ ହୋଇଥିଲା କୋଭିଡ ଟେଷ୍ଟିଂ। ତେବେ ଏହି ଅଭିଯାନ କେବଳ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଜଣାପଡିଛି।

Leave A Reply

Your email address will not be published.