କାଳବୈଶାଖୀ ଯୋଗୁଁ ବାଟରେ ଅଟକିଲା ବନ୍ଦେ ଭାରତ ଟ୍ରେନ୍‌, ପବନରେ ଗଛ ଡାଳ ଭାଙ୍ଗି କାଚ ଫାଟିଲା

କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ।ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍‌ ଅଟକି ରହିଥିବା ବେଳେ ଗଛ ଡାଳ ଭାଙ୍ଗି ଏହାର ଡ୍ରାଇଭର ସାମନା କାଚରେ ସାମାନ୍ୟ ଫାଟ ହୋଇଛି ।

ଭଦ୍ରକ (କେନ୍ୟୁଜ୍‌) : କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆଜି ଅପରାହ୍ନରେ ପୁରୀରୁ ହାଓଡ଼ା ବାହାରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଭଦ୍ରକ ଓ ଯାଜପୁର ସୀମା ବୈତରଣୀ ରୋଡ୍‌ ବୈତରଣୀ ନଦୀ ପୋଲ ନିକଟରେ ଅଟକି ରହିଛି । ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍‌ ଅଟକି ରହିଥିବା ବେଳେ ଗଛ ଡାଳ ଭାଙ୍ଗି ଏହାର ଡ୍ରାଇଭର ସାମନା କାଚରେ ସାମାନ୍ୟ ଫାଟ ହୋଇଛି । ତେବେ ରେଳ ବିଭାଗ ଅଧିକାରୀ ତଥା ଟେକନିସିଆନମାନେ ଉପସ୍ଥିତ ରହି ସମସ୍ତ ଘଟଣାର ଯାଞ୍ଚ କରୁଛନ୍ତି । ଖୁବ୍‌ ଶୀଘ୍ର ବିଦ୍ୟୁତ ସେବା ବ୍ୟବସ୍ଥିତ ହେଲେ ଟ୍ରେନ୍‌ ଚାଲିବ ବୋଲି ଜଣାଇଛନ୍ତି । ତେବେ ସିଙ୍ଗଲ ଲାଇନ୍‌ ଯୋଗୁଁ ଅନ୍ୟ ଟ୍ରେନ୍‌ ସବୁ ଅଟକି ରହିଛି ।

VANDE BHARAT

VANDE BHARAT-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.