ସ୍ପେନରେ ଏଫ୍-୧୮ ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ, ପାାଇଲଟ ବିମାନ ଛାଡି ଡେଇଁଲେ
ସ୍ପେନର ଜାରଗୋଜା ଏୟାରବେସ ନିକଟରେ ଏଫ୍-୧୮ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ହେଲେ ବିମାନ ତଳେ ପଡିବା ପୂର୍ବରୁ ପାଇଲଟ ବିମାନରୁ ବାହାରି ଯାଇଥିଲେ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମାଦ୍ରିଦ : ସ୍ପେନର ଜାରଗୋଜା ଏୟାରବେସ ନିକଟରେ ଏଫ୍-୧୮ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ହେଲେ ବିମାନ ତଳେ ପଡିବା ପୂର୍ବରୁ ପାଇଲଟ ବିମାନରୁ ବାହାରି ଯାଇଥିଲେ । ଫଳରେ ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ଥିବା ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ ଯୋଗେ ଜଣାଯାଇଛି ।
ଏହି ଫାଇଟର ଏୟାରକ୍ରାଫ୍ଟ ଏକ ଫ୍ଲାଇଙ୍ଗ ପ୍ରଦର୍ଶନୀରେ ଭାଗ ନେଇଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ହୋଇଥିବା ମାକଡୋନେଲ ଡୋଗୁଲସ ଏଫ୍-୧୮ ହରନେଟ୍ ପ୍ରତିରକ୍ଷା ସେବାରେ ୧୯୮୬ ରେ ପ୍ରବେଶ କରିଥିଲା ।
ଏହା ପ୍ରଥମ ଏୟାରକ୍ରାପ୍ଟ ଯାହାର କାର୍ବନ ଫାଇବର ଓ୍ଵିଙ୍ଗ ଏବଂ ଡିଜିଟାଲ ଫ୍ଲାଏ ବ୍ୟବସ୍ଥା ରହିଛି । ତେବେ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡିନାହିଁ । ଦୁର୍ଘଟଣାର ତଦନ୍ତ ଚାଲିଛି ।
In Spain, an F-18 fighter crashed at the Zaragoza airbase. The pilot ejected from the jet. #Spain #F18 #crash #ZARAGOZA pic.twitter.com/gkpt3IZyeT
— Nero (@OSINTNic) May 20, 2023
ଏୟାରକ୍ରାପ୍ଟ ଦୁର୍ଘଟଣା ହେବାର ଦୃଶ୍ୟ ଭିଡିସ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣା ପରେ ଦୁର୍ଘଟଣା ସ୍ଥଳ ସମ୍ପୁର୍ଣ୍ଣ ନିଆଁ ଗୁଳାରେ ପରିବର୍ତ୍ତନ ହୋଇଥିବା ଭିଡିଓରେ ଦେଖାଯାଇଛି ।