‘ବିଜେପି ମୋହନ ଯେନାଙ୍କୁ ପ୍ରାର୍ଥୀ କଲେ ତୀବ୍ର ବିରୋଧ ହେବ’

ଯାଜପୁର ଟାଉନ (କେ ନ୍ୟୁଜ୍‌) : ବିଜେପି ପକ୍ଷରୁ ହିନ୍ଦୁତ୍ବ ବିଚାରଧାରା ବିରୋଧୀଙ୍କୁ ପ୍ରାର୍ଥୀ କରାଗଲେ ତୀବ୍ର ବିରୋଧ କରାଯିବ। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଂଗ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଗତକାଲି ଯାଜପୁରର ପୂର୍ବତନ ସାଂସଦ ମୋହନ ଯେନା ବିଜେଡି ଛାଡି ବିଜେପିରେ ମିଶିବା ପରେ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ କାର୍ଯ୍ୟକର୍ତ୍ତାଙ୍କ ତରଫରୁ କରାଯାଇଥିଲା । କେବଳ ମୋହନ ନୁହେଁ ତାଙ୍କ ଭଳି ଅନ୍ୟ ଯେଉଁମାନେ ଅଣ ହିନ୍ଦୁତ୍ୱ ବିଚାରଧାରା ନେଇ ବିଜେପିରେ ସାମିଲ ହେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି । ଅଣ ହିନ୍ଦୁତ୍ୱ ବାଦ ନେତା ମାନଙ୍କୁ ସାମିଲ କରାଯିବା ପଂଳରେ ସଂଗଠନରେ ବିଭେଦ ଦେଖାଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କର୍ମକର୍ତ୍ତାମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.