ବର୍ଷା ପାଇଁ କନ୍ଦଳେଇ ଠାକୁରାଣୀଙ୍କୁ ପୂଜା କଲେ ଜଟଣୀ ବ୍ଲକର ବିଭିନ୍ନ ଗାଁର ଗ୍ରାମବାସୀ

ଖୋର୍ଦ୍ଧା: ବର୍ଷା ପାଇଁ କନ୍ଦଳେଇ ଠାକୁରାଣୀଙ୍କୁ ପୂଜା କରିଛନ୍ତି ଜଟଣୀ ବ୍ଲକ ପଳାସପୁର,ବିଞ୍ଝଗିରି ଓ ଆଖପାଖ ଗ୍ରାମର ଲୋକେ। ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଥିବା କନ୍ଦଳେଇ ଠାକୁରାଣୀଙ୍କ ନିକଟରେ ଗିରିଗୋବଦ୍ଦନ ପୂଜା କରିବା ସହ ସଂକିର୍ତ୍ତନ କରିଛନ୍ତି ଗ୍ରାମବାସୀ। ଆସି ଭାଦ୍ରବ ମାସ ହେଲାଣି ବର୍ଷା ନ ହେବାରୁ ସେଠାକାର ଲୋକ ମାନଙ୍କର ବିଶ୍ୱାସ ରହିଛି ମା ଙ୍କ ନିକଟରେ ପୂଜା କଲେ ବର୍ଷା ହେବ। ଯେଉଁ ବିଶ୍ବାସ ପୂର୍ବ ପୁରୁଷ ଅମଳରୁ ରହିଆସିଛି। ଚାଷ ସମୟରେ ପାଣିର ଅଭାବ ଥିବା ରୁ ବର୍ଷା ହେବା ନିହାତି ଦରକାର ବୋଲି ଗ୍ରାମବାସୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.