କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ୍ , ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ କରୁଥିଲେ ଲୁଟ୍‌

ଭୁବନେଶ୍ବର : ଗତ କିଛି ଦିନ ଭିତରେ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୁଟ୍‌, ଛିନତାଇ ଏବଂ ରକ୍ତାକ୍ତ ଆକ୍ରମଣ ଘଟଣା ଘଟି ଚାଲିଛି । ଏମିତିକି ଲୁଟେରାଙ୍କ ଆକ୍ରମଣରେ ନୂଆପଲ୍ଲୀ ଏନ୍‌-୪ ଅଞ୍ଚଳରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ତେବେ କମିଶନରେଟ ପୋଲିସ ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ରାଜଧାନୀ ବାସୀଙ୍କୁ ଅଶ୍ୱସ୍ତ କରିଛି ।
ଲୁଟେରା ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ବାଇକ୍, ୬୦ଟି ମୋବାଇଲ ଓ ୩୦ଟି ଲାପଟପ ଜବତ ହୋଇଛି। ଏମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିଲେ ।

LOOT-2ମହିଳା ଭିଜିଲାନ୍ସ ଡିଏସ୍‌ପିଙ୍କ ଘରେ ପଶି ଲୁଟ୍‌, ନୂଆପଲ୍ଲୀ ଏନ୍‌-୪ ତୁଳସୀ ଦେବୀଙ୍କ ଘରେ ପଶି ଆକ୍ରମଣ ଓ ଲୁଟ୍‌ ଏବଂ ରାସ୍ତା ଉପରେ ଅନ୍ୟ ଛିନ୍‌ତାଇ ଆଦିରେ ଏମାନେ ସଂପୃକ୍ତ ଥାଇ ପାରନ୍ତି ବୋଲି ପୋଲିସ୍‌ ସନ୍ଦେହ କରୁଛି । ଅଧିକ ତଥ୍ୟ ପାଇଁ ପୋଲିସ୍‌ ଏହି ଲୁଟେରାମାନଙ୍କୁ ଜେରା କରୁଛି । ତେବେ ଦେଖିବାର କଥା ଏମାନେ ଗିରଫ ହେବା ପରେ ରାଜଧାନୀରେ ଛିନ୍‌ତାଇ ଓ ଲୁଟ୍‌ତରାଜ କମୁଛି ନା ନାହିଁ ।

LOOT-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.