ବୟସ୍କ ବ୍ୟକ୍ତିଙ୍କୁ ନେଇ ମାଗଣାରେ ପୁରୀ ବୁଲାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ
ପୁରୀ (କେନ୍ୟୁଜ): କଟକ ମଙ୍ଗଦେଇପୁର ଏବଂ କିଶୋରନଗର ଅଞ୍ଚଳର ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରା ସ୍ଥାନୀୟ ବୟସ୍କ ବ୍ୟକ୍ତିଙ୍କୁ ଆଣି ବୁଲାଇଲେ ଶ୍ରୀକ୍ଷେତ୍ର। ଏହି ଯାତ୍ରାରେ ୭୪ ଜଣ ବୃଦ୍ଧ ବୃଦ୍ଧା ମାନେ ସାମିଲ ହୋଇଥିଲେ। ଯେଉଁ ବୃଦ୍ଧ ବୃଦ୍ଧା ମାନେ ଅର୍ଥ ଅଭାବରୁ ଶ୍ରୀ ଜୀଉଙ୍କ ଦର୍ଶନ କରି ପାରିନାହାନ୍ତି ସେହିପରି କିଛି ବ୍ୟକ୍ତି ମାନଙ୍କୁ ନେଇ ସମ୍ପୂର୍ଣ୍ଣ ମାଗଣାରେ ପୁରୀ ସମୁଦ୍ର କୂଳ ବୁଲେଇବା ସହ ଶ୍ରୀ ଜୀଉଙ୍କ ଦର୍ଶନ କରାଇଛନ୍ତି ।
ପ୍ରଥମେ ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଭି.ଆଇ.ପି ରୋଡ଼ ଠାରୁ ସ୍ୱତନ୍ତ୍ର ଗାଡି ଦ୍ୱାରା ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ସମୁଦ୍ରକୁ ନିଆଯାଇଥିଲା । ସେଠାରେ କିଛି ସମୟରେ ଅତିବାହିତ କରିବା ପରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରତେକ ବର୍ଷ ଏହି ସ୍ୱଚ୍ଛାସେବୀ ଅନୁଷ୍ଠାନ ଏପରି ନିଆରା ଢଙ୍ଗରେ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଜଗନ୍ନାଥ ଦର୍ଶନ କରାଇଥାନ୍ତି।କୋଭିଡ ଯୋଗୁ ଦୁଇ ବର୍ଷ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଜଗନ୍ନାଥଙ୍କୁ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ବୟସ୍କ ବୃଦ୍ଧ ମାନେ।