Below header

ପ୍ରବଳ ବର୍ଷା ଫଳରେ ଧସିଲା କାନ୍ଥ, ୨ମୃତ

ଗଜପତି(କେନ୍ଯୁଜ୍) : ପ୍ରବଳ ବର୍ଷା ଫଳରେ ଘଟିଛି ଏକ ଅଘଟଣ। କାନ୍ଥପଡ଼ି ୨ ଜଣଙ୍କର ମୃତ୍ଯୁ ହୋଇଛି । ଗଜପତି ଗୋସାଣି ଲାବନ୍ୟଗଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସତ୍ୟସୁନ୍ଦର ମହାପାତ୍ର ଓ ତାଙ୍କ ସ୍ତ୍ରୀ କୌଶଲ୍ୟ ସେଠୀ।

wall1ଜଣେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ଲାବନ୍ଯଗଡ ଗାଁରେ ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ କାନ୍ଥ ପଡିଯାଇଥିଲା। ଏନେଇ ଗାରାବନ୍ଧା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.