କାଲି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଚେତାବନୀ

କାଲି ସାମାନ୍ୟ କମ୍ ରହିବ ବର୍ଷାର ପରିମାଣ। କାଲି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଚେତାବନୀ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କମ୍ ରହିବ ବର୍ଷାର ପରିମାଣ।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପପଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ ସ୍ଥାନରେ ବିଜୁଳ ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। କାଲି ସାମାନ୍ୟ କମ୍ ରହିବ ବର୍ଷାର ପରିମାଣ। କାଲି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଚେତାବନୀ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କମ୍ ରହିବ ବର୍ଷାର ପରିମାଣ।

୩୧ତାରିଖରୁ ପୁଣି ବଢିପାରେ ବୃଷ୍ଟିପାତ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୭୭୩. ୫ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୮୪୫. ୮ ମିମି ତୁଳନାରେ ଏହା ୯ ପ୍ରତିଶତ କମ୍। ଏହି ସମୟ ମଧ୍ୟରେ ୨ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୧୭ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.