ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ

ଆଗାମୀ ସେପ୍ଟେମ୍ବର ମାସରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ । ଏ ସମ୍ପର୍କରେ କ୍ରେମଲିନରୁ ମୁଖପାତ୍ର ଦିମିତ୍ରି ପେସକଭ ଆଜି ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀ : ଆଗାମୀ ସେପ୍ଟେମ୍ବର ମାସରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ । ଏ ସମ୍ପର୍କରେ କ୍ରେମଲିନରୁ ମୁଖପାତ୍ର ଦିମିତ୍ରି ପେସକଭ ଆଜି ପ୍ରକାଶ କରିଛନ୍ତି ।

ୟୂକ୍ରେନରେ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଯୋଗୁ ପୁଟିନ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗ ଦେଇପାରିବେନି । ତେବେ ରୁଷରୁ କିଏ ଯୋଗଦେବେ ସେ ସମ୍ପର୍କରେ ପରେ ଘୋଷଣା କରାଯିବ ବୋଲି ଦିମିତ୍ରି କହିଛନ୍ତି ।

ଗତ ଥର ୨୦୧୯ ରେ ଜାପାନ ଓସକାରେ ହୋଇଥିବା ଜି-୨୦ ସମ୍ମିଳନୀରେ ପୁଟିନ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିଲେ । ହେଲେ ୨୦୨୦ରେ ରିଆଦ ଓ ୨୦୨୧ରେ ରୋମରେ ଅନୁଷ୍ଠିତ ହୋଇଥିବା ଜି-୨୦ ସମ୍ମିଳନୀରେ ପୁଟିନ ଭର୍ଚୁଆଲରେ ଯୋଗ ଦେଇଥିଲେ ।

୨୦୨୨ରେ ଅନୁଷ୍ଠିତ ବାଲି ସମ୍ମିଳନୀ ମଧ୍ୟ ପୁଟିନ ଯୋଗ ଦେଇନଥିଲେ । ବାଲିରେ ଯୋଗଦେବା ପାଇଁ ଅର୍ଥମନ୍ତ୍ରୀଙ୍କୁ ପଠାଇଥିଲେ । ଖାଲି ସେତିକି ନୁହେଁ ଜୋହନସବର୍ଗ ଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ ଯୋଗ ଦେଇନଥିଲେ ।

ଇତି ମଧ୍ୟରେ ବିଭିନ୍ନ ଦେଶର ମୁଖ୍ୟମାନେ ସେପ୍ଟେମ୍ବର ୮ରେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ବିଭିନ୍ନ ନେତାମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଓ ଅନ୍ୟ ଦେଶର ନେତାମାନେ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.