Below header

ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ବାହାରୁଛି ପାଣି

ତାଳଚେର : କୋଇଲା ଖଣିରୁ ବାହାରୁଛି ପାଣି । ତାଳଚେର ଚମ୍ପାପସି ଭୂତଳ କୋଇଲା ଖଣିରୁ ଅନବରତ ପାଣି ବାହାରୁଛି । ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଅଞ୍ଚଳର ଲୋକେ ।

ଏହି କୋଇଲା ଖଣି ୧୫ ବର୍ଷ ହେବ ବନ୍ଦ ରହିଛି । ପାଣି ବାହାରୁ ଥିବାରୁ ମାଟି ଧସିବା ଆଶଙ୍କା ରହିଛି । ବାଲି ଭର୍ତ୍ତି କରାଯାଉନଥିବାରୁ ଏପରି ଘଟିଥିବା କୁହାଯାଉଛି । ପୂର୍ବରୁ ୨୦୦୬ ମସିହାରେ ମଧ୍ୟ ଏପରି ପାଣି ବାହାରୁଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.