ଯାଜପୁର ଟାଉନ: ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ମିଳୁନି କ୍ଷତିପୂରଣ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକ ଚାଷୀ ବୋଲି ସ୍ୱିକାର କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଜଗନ୍ନାଥମନ୍ଦିରରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରମାକାନ୍ତଙ୍କ ଆତ୍ମହତ୍ୟାକୁ ମାସେ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିନାହିଁ କି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହିଁ । ରମାକାନ୍ତଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାର ଚାଷୀ ଆତ୍ମହତ୍ୟା ବୋଲି ସ୍ୱିକାର ନ କରେ ଆଗାମୀ ଦିନରେ ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ଆସି ଆନ୍ଦୋଳନକୁ ଜୋରଦାର କରିବ ବୋଲି ସଂଗଠନର ପକ୍ଷରୁ ଅକ୍ଷୟ କୁମାର ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.