Below header

ଧରାପଡିଲେ ଲକ୍ଷାଧିକ ଟଙ୍କାର କେବଲ୍ ଚୋର, ସିସିଟିଭିରେ ଦେଲା ଘଟଣା ରେକର୍ଡ

ଭୁବନେଶ୍ବର (କେନ୍ୟୁଜ୍) : ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟୀ ଫାଣ୍ଡି ନିକଟସ୍ଥ ଝାଡ଼େଶ୍ବର କଲୋନୀର ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର କେବୁଲ ତାର ଚୋରୀ କରିଥିବା ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଚୋରୀର ସସମ୍ତ ଘଟଣା ସେଠାରେ ଥିବା ସିସିଟିଭି ଫୁଟେଜା ରେକର୍ଡ ହୋଇଥିବା ସହ ଘଟଣାଟି ଗତ ୧୧ତାରିଖରେ ଘଟିଥିଲା।

THEFT-1

ପୋଲିସ ନିକଟରେ ଅଭିଯୋଗ ହେବା ପରେ ଏବେ ଗିରଫ ହୋଇଛନ୍ତି ଘଟଣାରେ ସପୃକ୍ତ ଥିବା ଅଭିଯୋଗ। ତଦନ୍ତ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବାଳକାଟିର ରଥିଜେମା ଗ୍ରାମ୍ୟର ରମାକାନ୍ତ ସାହୁ ଓରଫ୍ ସୁଦ ସହ ତାହାର ସହଯୋଗୀ ଭୁବନେଶ୍ବର ମାଳି ସାହି ଅଞ୍ଚଳର ଚିନା ରେଡି, ମନୋଜ୍ ବେହେରା, ସେକ୍ ଦଲାଲ୍ ହୁସେନ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଧରାପଡିବା ପରେ ସେମାନେ ନିଜ ଦୋଷ ସ୍ବୀକାର କରିବା ସହ ଲକ୍ଷାଧିକ ଟଙ୍କାର ଜିଓ, ଆଇଡିଆ, ଏୟାରଟେଲ, ଭୋଡାଫୋନ ଆଦିର କେବୁଲ ଚୋରି କରିଥିବା କହିଥିଲେ। ଏଥିରେ ବ୍ୟବହାର ହୋଇଥିବା (ଟାଟା ଏସି) ଗାଡି OD02 AN 7909 କୁ ମଧ୍ୟ ପୋଲିସ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.