ରାଜ୍ୟରେ ବଢୁଛି ଶୀତ : ୨୦ଟି ସହରରେ ପାରଦ ୧୫ ଡିଗ୍ରୀ ତଳେ; କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

(କେନ୍ୟୁଜ): ଜି ଉଦୟଗିରିରେ ୭ ଡିଗ୍ରୀକୁ ଖସିଲା ରାତିର ପାରଦ । ଜି ଉଦୟଗିରିରେ କ୍ରମାଗତ ଭାବେ ତାପମାତ୍ରା ହ୍ରସ ପାଉଛି। ଶୀତ ଆରମ୍ଭରୁ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଉଛି । ପ୍ରତିଦିନ ଜି ଉଦୟଗିରିରେ ପାରଦ ତଳମୁହାଁ ହେଉଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଥଣ୍ଡା ସ୍ଥାନ ଭାବେ ପରିଚିତ ଦାରିଙ୍ଗବାଡି ତୁଳନାରେ ଜି ଉଦୟଗିରିରେ ତାପମାତ୍ରା ଯଥେଷ୍ଟ କମ ରହୁଛି ।

ଓଡ଼ିଶାର ନୂଆ କଶ୍ମୀର ହୋଇଛି ଜି ଉଦୟଗିରି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୯ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ୧୦.୫, କୋରାପୁଟରେ ୧୧ ଓ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ମୋଟ ୨୦ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.