କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ପରିବାର ସହିତ ବାଂଲାଦେଶ ଚମ୍ପଟ୍‌ ମାରିଥିବା ଆଶଙ୍କା

ଭୁବନେଶ୍ୱର (କେ.ନ୍ୟୁଜ): ଫେରାର ପରେ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ବାଂଲାଦେଶ, ହାଇଦ୍ରାବାଦ ନା ପଶ୍ଚିମବଙ୍ଗ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁ ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍‌ ମାରିଥିବା ଆଶଙ୍କା ବଢିବାରେ ଲାଗିଛି । ହାଇଦର ବାଂଲାଦେଶ ଚାଲିଗଲେ ତାକୁ ଧରିବା ସହଜ ହୋଇନପାରେ । କୁହାଯାଉଛି ଜମ୍ବୁରେ ହାଇଦରର ସହଯୋଗୀ ମାଛଧରା ବୋଟ୍‌ ସହ ସଜାଗ ହୋଇ ରହିଥିଲେ। ହାଇଦର ପହଞ୍ଚିବା ପରେ ବାଂଲାଦେଶ ଅଭିମୁଖେ ଯାଇଛନ୍ତି। ଅନେକ ବାଂଲାଦେଶୀ ମତ୍ସ୍ୟଜୀବୀ ଜମ୍ବୁ ଆଖପାଖ ଅଞ୍ଚଳରେ ମାଛ ଧରିବାକୁ ଆସୁଥିବାରୁ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି ।

ସେହିପରି ହାଇଦର କୋଲକାତା ପଳାଇଥିବା ମଧ୍ୟ କୁହାଯାଉଛି । ଦୀର୍ଘ ଦିନ କୋଲକାତାରେ ରହିବା ହାଇଦର ପାଇଁ ସୁରକ୍ଷିତ ନୁହେଁ । ସେ ଯୋଜନା ବଦଳାଇବା ପୂର୍ବରୁ ପୋଲିସ ତାକୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି । କମିଶନରେଟ୍‌ ପୋଲିସର ୨୪ ଜଣ ଅଧିକାରୀ କୋଲକାତା ଯାଇଥିବା କୁହାଯାଉଛି । ପଶ୍ଚିମବଙ୍ଗରୁ ବାଂଲାଦେଶ ପର୍ଯ୍ୟନ୍ତ ବିସ୍ତାର ହୋଇ ରହିଥିବା ତ୍ରିକୋଣଭୂମି ସୁନ୍ଦରବନରେ ଏକ ଟିମ୍‌ ନଜର ରଖିଥିବା ଜଣାପଡ଼ିଛି ।

ସେହିପରି ପୋଲିସ ଆଖିରେ ଧୂଳି ଦେଇ ଏସ୍‌ସିବିରୁ ଫେରାର ହାଇଦର ହାଇଦ୍ରାବାଦରେ ଲୁଚିଥିବା କୁହାଯାଉଛି । ହାଇଦ୍ରାବାଦରେ ଖୋଜୁଥିବା ପୋଲିସକୁ ସୁରାମ ମିଳିଥିବା ସୂଚନା ମିଳିଛି । ହାଇଦ୍ରାବାଦର କିଛି ସନ୍ଦିଗ୍ଧ ଅଞ୍ଚଳରେ ପୋଲିସ ଛାନ୍‌ଭିନ୍‌ କରୁଥିବା ଜଣାପଡ଼ିଛି । କୁହାଯାଉଛି ଫେରାର ହେବା ପରେ ହାଇଦର ଏକାଧିକ ଗାଡି ବଦଳାଇ ହାଇଦ୍ରାବାଦରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.