ରାଜ୍ୟସଭା ରେସ୍‌, କାହାକୁ ମନୋନୀତ କରିବେ ବିଜେଡି ସୁପ୍ରିମୋ ?

ଭୁବନେଶ୍ବର : ରାଜ୍ୟସଭା ରେସ୍‌ । ରାଜ୍ୟସଭାରେ ଖାଲି ପଡ଼ିଥିବା ଓଡ଼ିଶାର ୩ ଆସନ ପାଇଁ ଜୁଲାଇ ୫ରେ ଉପନିର୍ବାଚନ ହେବ । ରାଜ୍ୟସଭା ସଦସ୍ୟ ପଦରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ତିନି ଜଣଯାକ ଉପକୂଳ ଜିଲ୍ଲାରୁ ଥିଲେ । ତେଣୁ ଏଥର ବିଜେଡି ସୁପ୍ରିମୋ ଉପକୂଳ ଜିଲ୍ଲାରୁ କାହାକୁ ରାଜ୍ୟସଭା ପଠାଇବେ କି? ଉପକୂଳ ଜିଲ୍ଳାରୁ ଅରୁପ ପଟ୍ଟନାୟକ, ଅମର ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବୀନ୍ଦ୍ର ଜେନା,ପ୍ରଫୁଲ୍ଲ ଘଡାଇ, ମହେଶ୍ୱର ମହାନ୍ତି ଏବଂ ସଂଜୟ ଦାଶ ବର୍ମାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ନବୀନ ପଶ୍ଚିମ ଓଡ଼ିଶାକୁ ମଧ୍ୟ ଫୋକସ୍‌ କରିପାରନ୍ତି । ପଶ୍ଚିମ ଓଡିଶାରୁ ରେସ୍‌ରେ ଅଛନ୍ତି ପୁଷ୍ପେନ୍ଦ୍ର ସିଂଦେଓ, ନଳିନୀ ପ୍ରଧାନ ଓ ମଙ୍ଗଳା କିଶାନ ।

ନିର୍ବାଚନ ବେଳେ ଯେଉଁମାନଙ୍କୁ ନବୀନ ରାଜ୍ୟସଭା ପଠାଇବାକୁ ପ୍ରତିଶୁତି ଦେଇଛନ୍ତି ସେମାନଙ୍କ ମନୋନୀତ କରିପାରନ୍ତି । ସେହିପରି ବିଜେଡିର ଯେଉଁ ହେଭିେଓ୍ଵଟ ନେତା ବିଧାୟକ କିମ୍ବା ସାଂସଦ ଭାବେ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ରାଜ୍ୟସଭା ପଠାଇପାରନ୍ତି । ଦଳୀୟ ନେତା କହିଛନ୍ତି ସୁପ୍ରିମୋ ଯାହାକିଛି ନିଷ୍ପତ୍ତି ନେବେ ।

ଜୁଲାଇ ୫ ତାରିଖ ଦିନ ୯ଟାରୁ ୪ଟା ଯାଏ ମତାଦାନ ହେବ । ସଂଧ୍ୟା ୫ଟା ପରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.