କଣ୍ଟାବାଞ୍ଜିକୁ କାହିଁକି ବାଛିଲେ ନବୀନ ?

କଣ୍ଟାବାଞ୍ଜି ଆସନ କାହିଁକି ବାଛିଲେ ନବୀନ । ବଲାଙ୍ଗିର ଜିଲ୍ଳାରେ ବିଜେଡି ମଜଭୁତ ସ୍ଥିତିରେ ନାହିଁ । ୨୦୧୯ରେ ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ବାଜି ମାରିଥିଲେ । ସଙ୍ଗୀତା ସିଂ ଦେଓ ବଲାଙ୍ଗିର ଲୋକସଭା ଆସନରେ ଜିତିଥିଲ। ଲୋଇସିଂଘା ଆସନ ହାତେଇଥିଲେ ବିଜେପିର ମୁକେଶ ମହାଲିଙ୍ଗ ।

କଣ୍ଟାବାଞ୍ଜି(କେନ୍ୟୁଜ୍‌): କଣ୍ଟାବାଞ୍ଜି ଆସନ କାହିଁକି ବାଛିଲେ ନବୀନ । ବଲାଙ୍ଗିର ଜିଲ୍ଳାରେ ବିଜେଡି ମଜଭୁତ ସ୍ଥିତିରେ ନାହିଁ । ୨୦୧୯ରେ ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ବାଜି ମାରିଥିଲେ । ସଙ୍ଗୀତା ସିଂ ଦେଓ ବଲାଙ୍ଗିର ଲୋକସଭା ଆସନରେ ଜିତିଥିଲ। ଲୋଇସିଂଘା ଆସନ ହାତେଇଥିଲେ ବିଜେପିର ମୁକେଶ ମହାଲିଙ୍ଗ । କଣ୍ଟାବାଞ୍ଜି ଆସନରୁ ନବୀନଙ୍କ ପ୍ରାର୍ଥୀତ୍ବ ବଲାଙ୍ଗିର ଜିଲ୍ଳାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାର ସହାୟକ ହେବ । ବଲାଙ୍ଗିର ଜିଲ୍ଲାକୁ ଲାଗି ରହିଥିବା କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା ଓ ବରଗଡରେ ମଧ୍ୟ ପ୍ରଭାବ ପକାଇବ ।

ବଲାଙ୍ଗିରକୁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ଲାଗି ରହିଛି । କନ୍ଧମାଳ ଜିଲ୍ଲା ବି ବଲାଙ୍ଗିରକୁ ଲାଗି ରହିଛି । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ଲଢିବା ପରେ କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ କନ୍ଧମାଳ ଲୋକସଭା ସମେତ ୨୮ଟି ବିଧାନସଭା ଆସନରେ ପ୍ରଚାର ଜୋରଦାର ହେବ । କଣ୍ଟାବାଞ୍ଜିରେ ବିଜେଡି ଦୃଢସ୍ଥିତିରେ ନଥିବା ସତ୍ତ୍ବେ ଦଳୀୟ ନେତାଙ୍କୁ ପ୍ରତିକୂଳ ସ୍ଥିତିରେ ବି ଲଢିବାକୁ ପ୍ରସ୍ତୁତ ହୁଅ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି । କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହେବା ପରେ ଏହାର ପ୍ରଭାବ ଦଳୀୟ ନେତା ଓ କର୍ମୀଙ୍କ ଉପରେ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.