ସିଦ୍ଧାର୍ଥଙ୍କ ଜନ୍ମଦିନରେ ରିଲିଜ୍‌ ହେଲା ‘ଇଣ୍ଡିଆନ୍ 2’ ପୋଷ୍ଟର, ଫିଲ୍ମ ରିଲିଜକୁ ନେଇ ଅପେକ୍ଷାରେ ଅଛନ୍ତି ଫ୍ୟାନ୍ସ

ଫିଲ୍ମ 'ଇଣ୍ଡିଆନ୍ 2' ହେଉଛି ୧୯୯୬ ରେ ରିଲିଜ ହୋଇଥିବା 'ଇଣ୍ଡିଆନ୍'ର ସିକ୍ୱେଲ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମରେ କେବଳ କମଲ ହାସନଙ୍କୁ ଦେଖିବାକୁ ମିଳିଛି , କିନ୍ତୁ ଫିଲ୍ମର ଏହି ଅଫିସିଆଲ୍ ପୋଷ୍ଟ ରିଲିଜ୍ ହେବା ପରେ ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ମଧ୍ୟ ଏହି ଫିଲ୍ମରେ ସାମିଲ ଥିବା ସ୍ପଷ୍ଟ ହୋଇଛି ।

ଅନେକ ବଲିଉଡ ଫିଲ୍ମରେ ନିଜର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧାର୍ଥ ସୂର୍ଯ୍ୟନାରାୟଣଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଆଜି ସେ ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ମେକର୍ସଙ୍କ ଏହି ଖାସ୍‌ ପୋଷ୍ଟ ତାଙ୍କ ଜନ୍ମଦିନକୁ ଆହୁରି ଖାସ୍‌ କରିଛି । ଫିଲ୍ମ ‘ଇଣ୍ଡିଆନ୍ 2’ ହେଉଛି ୧୯୯୬ ରେ ରିଲିଜ ହୋଇଥିବା ‘ଇଣ୍ଡିଆନ୍’ର ସିକ୍ୱେଲ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମରେ କେବଳ କମଲ ହାସନଙ୍କୁ ଦେଖିବାକୁ ମିଳିଛି , କିନ୍ତୁ ଫିଲ୍ମର ଏହି ଅଫିସିଆଲ୍ ପୋଷ୍ଟ ରିଲିଜ୍ ହେବା ପରେ ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ମଧ୍ୟ ଏହି ଫିଲ୍ମରେ ସାମିଲ ଥିବା ସ୍ପଷ୍ଟ ହୋଇଛି ।

‘ଇଣ୍ଡିଆନ୍ 2’ର ମେକର୍ସ ଲାଇକା ପ୍ରଡକ୍ସନ୍ସ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ପ୍ରଥମ ଲୁକ୍ ସେୟାର କରି ଅଭିନେତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମର ଏହି ପୋଷ୍ଟର ଦେଖିବା ପରେ ଫ୍ୟାନ୍ସମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି । ଫିଲ୍ମ ମେକର୍ସ ପୋଷ୍ଟର ସେୟାର କରି ଲେଖିଛନ୍ତି, ଟିମ୍ ଇଣ୍ଡିଆନ୍ 2 ତରଫରୁ ମଲ୍ଟି ଟ୍ୟାଲେଣ୍ଟଡ୍‌ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନର ଶୁଭେଚ୍ଛା । ଆପଣଙ୍କ ସଫଳତା ପାଇଁ ଆଉ ଏକ ନୂଆ ବର୍ଷ ଯୋଡା ହୋଇଛି ।

ଆମୀର ଖାନଙ୍କ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ରୁ ସିଦ୍ଧାର୍ଥଙ୍କୁ ଖାସ୍‌ ପରିଚୟ ମିଳିଥିଲା। ନିକଟରେ ଏହି ଅଭିନେତା ବଲିଉଡ ଅଭିନେତ୍ରୀ ଆଦିତି ରାଓ ହୈଦରୀଙ୍କ ସହ ନିର୍ବନ୍ଧ କରିଛନ୍ତି । ଏହି କାରଣରୁ ଅଭିନେତା ଖୁବ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ସାଉଥ ନିର୍ଦ୍ଦେଶକ ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ସାଉଥ ସୁପରଷ୍ଟାର କମଲ ହାସନ ଷ୍ଟାରର ଫିଲ୍ମ ‘ଇଣ୍ଡିଆନ୍ 2’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଚିତ୍ତରଂଜନଙ୍କ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କାଜଲ ଅଗ୍ରୱାଲ ନଜର ଆସିବେ । ରାକୁଲ ପ୍ରୀତ ସିଂ, ପ୍ରିୟା ଭବାନୀ, ନେଦୁମୁଦି ଭେନୁ, ବିବେକ, କାଳିଦାସ ଜୟରାମ, ଗୁଲଶନ ଗ୍ରୋଭର ଏବଂ କମେଡି ଷ୍ଟାର ବ୍ରହ୍ମାନନ୍ଦନଙ୍କ ସମେତ ଅନେକ ଷ୍ଟାରଙ୍କୁ ଆପଣମାନେ ଏହି ଫିଲ୍ମରେ ଦେଖିବାକୁ ପାଇବେ ।

ଏହି ଫିଲ୍ମ ଦେଶର ରାଜନୀତି ଏବଂ ଦୁର୍ନୀତିକୁ ଆଧାର କରି ପ୍ରସ୍ତୁତ ହୋଇଛି । ୧୯୯୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହିନ୍ଦୁସ୍ତାନୀ’ର ପାର୍ଟ 2 । ୨୮ ବର୍ଷ ପରେ ଶଙ୍କର ଫିଲ୍ମର ପାର୍ଟ 2 ଆଣୁଛନ୍ତି । ଫିଲ୍ମ ‘ଇଣ୍ଡିଆନ୍ 2’ ଜୁନ୍ ୨୦୨୪ରେ ରିଲିଜ୍ ହୋଇପାରେ, କାରଣ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.