ସ୍ୱାମୀ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ସ୍ତ୍ରୀ ଥାନାରେ ପହଞ୍ଚିଲେ

ସୋର (କେନ୍ୟୁଜ୍‌) : ଅନେକ ସୁନେଲି ସ୍ବପ୍ନ ଦେଖିଥିଲେ । ଅନେକ ଆଶା ନେଇ ସ୍ୱାମୀ ହାତ ଧରିଥିଲେ l ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ l ହେଲା ସ୍ବପ୍ନ ଅଧାରୁ ଅଟକିଗଲା l ବିବାହ ପ୍ରସ୍ତାବ ବେଳେ ଭାବୀ ସ୍ୱାମୀ ସୁରଟରେ ଭଲ ଦରମା ପାଉଥିବା ଜଣେ ଇଂଜିନିୟର ଭାବେ ପରିଚୟ ଦେଇଥିଲେ । ଏଭଳି ପ୍ରସ୍ତବରେ ଯୁବତୀଙ୍କ ଘର ଲୋକେ ରାଜି ନହେବାର କୌଣସି କାରଣ ନଥିଲା । ତେଣୁ ବାହାଘର ହୋଇଗଲା । ହେଲେ ଦୁଇ ମାସ ପରେ ସ୍ୱାମୀଙ୍କ ବିଷୟରେ ଯାହା ଜାଣିଲେ ସେଥିରେ ତାଙ୍କ ମୁଣ୍ଡ ଘୂରେଇ ଗଲା । ତାଙ୍କ ସ୍ୱାମୀ ସେକ୍ସ ରକେଟ ସହିତ ସମ୍ପୃକ୍ତ ବୋଲି ସେ ପ୍ରମାଣ ପାଇଲେ । ପୁରୁଷ ହୋଇ ବେଶ୍ୟା ବୃତ୍ତି କରୁଥିବାର ସୂଚନା ମିଳିଲା ତାଙ୍କୁ । ପୁଣି ସମଲିଙ୍ଗୀ ର‍୍ୟାକେଟ୍‌ ସହ ସେ ଜଡ଼ିତ ବୋଲି ଜାଣିବା ପରେ ତାଙ୍କ ହୋସ୍‌ ଉଡ଼ିଗଲା । ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଦିନରେ ପୁରୁଷ ରାତିରେ ମହିଳା ବେଶ ଧରୁଥିଲେl ସ୍ୱାମୀଙ୍କର ଉଭୟ ପୁରୁଷ ଓ ମହିଳାଙ୍କ ସହିତ ଅଶ୍ଳୀଳ ଫୋଟ ଦେଖିବାକୁ ପାଇଲେ ସ୍ତ୍ରୀ ।

photo-2

ଏ ବିଷୟରେ ସ୍ତ୍ରୀ ପଚାରିବାରୁ ତାଙ୍କୁ ମଧ୍ୟ ରାକେଟରେ ସାମିଲ ହେବାକୁ ସ୍ୱାମୀ ପ୍ରବର୍ତ୍ତlଇଲା l ସ୍ୱାମୀଙ୍କୁ ବୁଝାଇ ବିଫଳ ହେବା ପରେ ଶେଷରେ ସ୍ୱାମୀର ବିଭିନ୍ନ ଅଶ୍ଳୀଳ ଫୋଟ ଧରି ନ୍ୟlୟ ପାଇଁ ସୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି l ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳର ଜଣେ ଯୁବତୀ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖର ସୋର ଥାନା ମୂଳିସିଂ ଗ୍ରାମର ଚିରଞ୍ଜିତ ଖିଲାରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପୂର୍ଵରୁ ପୀଡିତ ଜଣେ ଇଂଜିନିୟର ବୋଲି କହି ବିବାହ କରିଥିଲା l ଚିରଞ୍ଜିତ ଗୁଜରାଟର ସୁରଟ ଓ ଅହମଦାବାଦରେ ଉଭୟ ପୁରୁଷ ଓ ମହିଳାଙ୍କ ସହିତ ସେକ୍ସ ରକେଟରେ ସମ୍ପୃକ୍ତ ଥିବାର ଜାଣି ପାରିଥିଲେ ତାଙ୍କ ସ୍ତ୍ରୀ l ସ୍ୱାମୀକୁ ବୁଝାଇ କିଛି ଲାଭ ନହେବାରୁ ନିଜେ ସ୍ୱାଧୀନ ଭାବେ ଚଳିବା ପାଇଁ ଏକ ବେସରକାରୀ ସଂସ୍ଥାରେ ଚାକିରି କଲେ ।

ହେଲେ ସେ ଅଫିସ ଗଲା ପରେ ଭଡ଼ା ଘରେ ସ୍ୱାମୀ ଚିରଞ୍ଜିତ ତାର କଳାକାରନାମା ଚଳାଇବା ଆରମ୍ଭ କଲା । ଏମିତିକି ପତ୍ନୀକୁ ଏଥିରେ ସାମିଲ ହେବା ଲାଗି ବାଧ୍ୟ କଲା । ଏଥିରୁ ଅଧିକ ଟଙ୍କା ମିଳିବ ବୋଲି ଲୋଭ ଦେଖାଇଲା । ତେବେ ଏସବୁଥିରୁ ଦୂରେଇ ରହିବ ଲାଗି ସ୍ତ୍ରୀ ଯେତେ ବୁଝାଇଲେ ମଧ୍ୟ ସ୍ୱାମୀ ବୁଝିଲା ନାହିଁ । ତେଣୁ ଦୀର୍ଘ ଚାରିବର୍ଷ ସ୍ୱାମୀକୁ ବୁଝାଇ ନିରାଶ ହେବା ପରେ ସ୍ତ୍ରୀ ନିରାଶ ହୋଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ଏଫ୍‌ଆଇଆର ପରେ ସ୍ୱାମୀ ପୋଲିସ ଚିରଞ୍ଜିତକୁ ଥାନାକୁ ଆଣି ଅଟକ ରଖିଛି l ତେବେ ସ୍ୱାମୀ କିମ୍ବା ତାର ପରିବାର ପକ୍ଷରୁ ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ପୋଲିସ୍‌ ତଦନ୍ତ ପରେ ଯାଇ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠି ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.