ୟୁରୋପରେ ଚଳିତ ବର୍ଷ ଭୀଷଣ ଗରମରେ ମରିଛନ୍ତି ୧୫,୦୦୦ ଲୋକ! WHO ଦେଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ୟୁରୋପର ଦେଶଗୁଡ଼ିକରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ କ୍ଷତି ହୋଇଛି। କିଛି ଦେଶରେ ଅତିରୁ ଅତି ପ୍ରବଳ ବର୍ଷା, ହିଟ୍‌ େଓ୍ଵଭ୍‌ ଯୋଗୁ ମାଟି ଶୁଖିଲା ପଡ଼ିବା ଏବଂ ଜଙ୍ଗଲରେ ନିଅାଁ ଲାଗିବା ଭଳି ଘଟଣା ପୂରା ଦୁନିଆକୁ ଚିନ୍ତାରେ ପକାଇ ଦେଇଥିଲା। WHOର କ୍ଷେତ୍ରୀୟ ନିର୍ଦ୍ଦେଶକ ହଂସ ହେନରୀ କ୍ଲୁଗେ କହିଛନ୍ତି କି, ଚଳିତ ବର୍ଷ ୟୁରୋପରେ ଗ୍ରୀଷ୍ମ ଋତୁରେ ଅତି କମ୍‌ରେ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଏହି ତଥ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି।

କ୍ଲୁଗେ କହିଛନ୍ତି, ଏ ପର୍ଯ୍ୟନ୍ତ ପ୍ରସ୍ତୁତ ତଥ୍ୟ ଆଧାରରେ ଅନୁମାନ କରାଯାଉଛି ଯେ ୨୦୨୨ରେ ମୁଖ୍ୟତଃ ଭୀଷଣ ଗରମ ଯୋଗୁ ଅତି କମ୍‌ରେ ୧୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୟୁରୋପର ସ୍ପେନ୍‌ରେ ପାଖାପାଖି ୪,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପର୍ତ୍ତୁଗାଲରେ ୧୦୦୦ରୁ ଅଧିକ, ୟୁନାଇଟେଡ୍‌ କିଙ୍ଗ୍‌ଡମରେ ୩,୨୦୦ରୁ ଅଧିକ ଏବଂ ଜର୍ମାନୀରେ ପାଖାପାଖି ୪,୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଗ୍ରୀଷ୍ମ ୩ ମାସ ସମୟରେ ଏହି ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲୁଏମ୍ଓ) ଦ୍ୱାରା ଚଳିତ ସପ୍ତାହ ଆରମ୍ଭରେ କରାଯାଇଥିବା ଏକ ରିପୋର୍ଟ ମୁତାବକ, ୟୁରୋପ ସବୁଠାରୁ ଅଧିକ ଗରମ ଅନୁଭୂତ ହେଉଥିବା ଅଞ୍ଚଳ। ବିଗତ ୫୦ ବର୍ଷ ମଧ୍ୟରେ ୟୁରୋପୀୟ ଅଞ୍ଚଳରେ ଅତ୍ୟଧିକ ତାପମାତ୍ରା ହେତୁ ୧୪୮,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହାପରେ ୨୦୨୨ରେ ୧୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

୨୦୨୧ରେ ଉଚ୍ଚ ପ୍ରଭାବଯୁକ୍ତ ପାଣିପାଗ ଓ ଜଳବାୟୁ ଘଟଣା ଯୋଗୁ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅଧା ମିଲିୟନରୁ ଅଧିକ ଲୋକ ସିଧାସଳଖ ପ୍ରଭାବିତ ହୋଇଥିଲେ। ଏହି ଘଟଣାଗୁଡ଼ିକ ମଧ୍ୟରୁ ପାଖାପାଖି ୮୪ ପ୍ରତିଶତ ଘଟଣା ବନ୍ୟା ଏବଂ ତୋଫାନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.