ମୋ ସ୍ୱାମୀଙ୍କ ସବୁ ଅଭିଯୋଗ ମିଛ, ଏକଥା କହିଲେ ସୁପାରି ଅଭିଯୋଗ ଆସିଥିବା ସ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରି ଦେବା ଘଟଣାରେ ନୂଆ ମୋଡ଼ । ବେଶ୍‌ କିଛି ହଇଚଇ ପରେ ଗଣମଧ୍ୟମ ସମ୍ନାରେ ଆଜି ପ୍ରତିକ୍ରିୟା ରଖିଲେ ସ୍ତ୍ରୀ । ଇଂଜିନିୟର ସ୍ୱାମୀଙ୍କ ଅଭିଯୋଗ ପରେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇ ଯାଇଥିବା ଚର୍ଚ୍ଚା ଚାଲିଥିଲା । ହେଲେ ଆଜି ସମସ୍ତଙ୍କ ସାମନାକୁ ଆସି ବୟାନ୍‌ ଦେଇଛନ୍ତି ସ୍ତ୍ରୀ ସିଲସିଲା । ସେ ସ୍ୱାମୀ’ଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ସ୍ୱାମୀଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଛନ୍ତି। ସ୍ୱାମୀଙ୍କର ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଓଲଟା ଅଭିଯୋଗ କରିଛନ୍ତି ସ୍ତ୍ରୀ ସିଲସିଲା। ତେବେ ସ୍ୱାମୀ ତାଙ୍କ ବିରୋଧରେ କଣ ଅଭିଯୋଗ ଆଣିଛନ୍ତି ସେ ସମ୍ପର୍କରେ ଜାଣି ନଥିବା କହିଛନ୍ତି ।

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସହଯୋଗରେ ତାଙ୍କ ସ୍ୱାମୀ ବିନାୟକ ନାରୀ ସୁରକ୍ଷା ଓ ତାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚଇଲେ ବୋଲି ଅଭିଯୋଗ କରିଛନ୍ତି ସିଲସିଲା । ଅଶୋକ ସାହୁଙ୍କୁ ତାଙ୍କ ସ୍ୱାମୀ ନିଜେ ଡ୍ରାଇଭର ରଖିଥିଲେ । ତାଙ୍କର ସବୁ ଅଭିଯୋଗ ମିଛ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଜଣେ ବିଧବାଙ୍କୁ ତାଙ୍କ ସ୍ୱାମୀ ବାହା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.