ଆନନ୍ଦପୁର: ମାଇଁଙ୍କ ସହ ଅନୈତିକ ସମ୍ପର୍କରୁ ମାମୁଙ୍କୁ ହତ୍ୟା କଲା ଭଣଜା, ଦଶାହ ଦିନ ଆତ୍ମହତ୍ୟା କଲେ ମାଇଁ

କେନ୍ଦୁଝର (କେନ୍ୟୁଜ୍): ରାମଚନ୍ଦ୍ରପୁର ଥାନା ହରିପୁର ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ହତ୍ୟାକାଣ୍ଡର ଦଶାହ ଦିନ ଆତ୍ମହତ୍ୟା କଲେ ସ୍ତ୍ରୀ । ଗତ ୨୧ ତାରିଖରେ ଗ୍ରାମର ଗୋବର୍ଦ୍ଧନ ନାଥଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିଲା । ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କହିଥିଲେ । ପରେ ଘଟଣାରେ ରାମଚନ୍ଦ୍ରପୁର ଥାନା ପୋଲିସ୍‌ ତଦନ୍ତ କରିବା ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଗୋବର୍ଦ୍ଧନଙ୍କୁ ତାଙ୍କ ନିଜ ଭଣଜା ଗଣିଆ ହତ୍ୟା କରିଥିବା ଏବଂ ଗୋବର୍ଦ୍ଧନଙ୍କ ସ୍ତ୍ରୀ ମାମାଙ୍କ ସହ ତାର ଅନୈତିକ ସମ୍ପର୍କ କଥା ପୋଲିସ ନିକଟରେ ସ୍ୱୀକାର କରିଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ କହିଛନ୍ତି । ଘଟଣା ପ୍ରଘଟ ହେବା ପରେ ଲୋକଲଜ୍ଜା ଭୟରେ ଗୋବର୍ଦ୍ଧନଙ୍କ ପତ୍ନୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.