ରାୟଗଡା: ଏଣିକି ଗାଁ କିମ୍ବା ଆଖପାଖ ଅଞ୍ଚଳରେ ଦେଶୀ ମଦ ରନ୍ଧାଯିବ ନାହିଁ, ନିଷ୍ପତ୍ତି ନେଲେ ରାୟଗଡାର ମାରିଗୁଡା ଗ୍ରାମବାସୀ

ରାୟଗଡା(କେନ୍ୟୁଜ୍):   ଏଣିକି ଗାଁ କିମ୍ବା ଆଖପାଖ ଅଞ୍ଚଳରେ ଦେଶୀ ମଦ ରନ୍ଧାଯିବ ନାହିଁ । ଗାଁର କୌଣସି ଲୋକ ଆଉ ମଦ ପିଇବେ ନାହିଁ । ଯିଏ ମଦ ପିଇବ ସେ ଏକ ହଜାର ଟଙ୍କା ଜରିମାନା ଦେବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାୟଗଡା ସଦର ବ୍ଲକ୍‌ ମାରିଗୁଡା ଗ୍ରାମବାସୀ । ପୂର୍ବରୁ ଗାଁ ଲୋକ ବିଭିନ୍ନ ପାହାଡ ଡଙ୍ଗରରେ ଦେଶୀ ମଦ ପ୍ରସ୍ତୁତ କରୁଥିଲେ । ଆଉ ସେହି ମଦକୁ ପିଇ ଅନେକ ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିଲେ ଗାଁ ଲୋକ । ଏହା ସହ ଆଦିବାସୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ବିଗିଡିବାକୁ ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ଏକଜୁଟ୍‌ ହୋଇଛନ୍ତି ମାରିଗୁଡା ଗାଁର ଶତାଧିକ ମହିଳା ଏବଂ ପୁରୁଷ । ଗାଁର ଯେଉଁ ମହିଳା କିମ୍ବା ପୁରୁଷ ମଦ ପିଇବେ ତାଙ୍କଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଯିଏ ଏହାକୁ ବିରୋଧ କରିବ ତାକୁ ଗାଁରୁ ବାସନ୍ଦ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଗାଁକୁ ଲାଗିଥିବା ମୁଖ୍ୟ ରାସ୍ତାରେ ପ୍ରତିଦିନ ସଂଧ୍ୟାରେ ମଦ୍ୟପଙ୍କ ଆଡ୍ଡା ଜମିଥାଏ । ତେଣୁ ଏହାକୁ ବନ୍ଦ କରିବା ପାଇଁ ବୁଲି ବୁଲି ମଦ ବିରୋଧୀ ପୋଷ୍ଟର ଲଗାଇବା ସହ ସଚେତନ କରୁଛନ୍ତି ଗାଁ ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.