ଆସିଲା ଶୀତ, ଖସୁଛି ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଖସୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଲାଣି। ୧୫ ଡିଗ୍ରୀ ତଳେ ରହିଛି ୧୪ ସହର । କୋରାପୁଟ ଜିଲ୍ଲା ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରହିଛି ୯.୧ ଡିଗ୍ରୀ । ଦାରିଙ୍ଗିବାଡିରେ ୧୧ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ ରହିଛି ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି। ଶୀତୁଆ ସକାଳର ମଜା ନେଉଛନ୍ତି ଲୋକ । ଶୀତରୁ ରକ୍ଷା ପାଇବାକୁ ସକାଳୁ ପାର୍କ ଓ ପଡ଼ିଆରେ ଜମୁଛି ଲୋକଙ୍କ ଭିଡ଼ । କାଲିଠୁ ବଦଳିବ ପାଗ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.