କିଏ ଏହି ପୁରୁଷ ଓ ମହିଳା? ରାତି ଅଧରେ ଉଲଗ୍ନ ହୋଇ ଏମାନେ ମଶାଣୀରେ କଣ କରୁଥିଲେ

ଅଧରାତିରେ ଉଲଗ୍ନ ହେଇ ବସିଥିଲେ ସ୍ୱାମୀ ସ୍ତ୍ରୀ । ମଶାଣୀରେ ଉଲଗ୍ନ ହୋଇ କରୁଥିଲେ ପୂଜା, ଧରିନେଲେ ଗାଁ ଲୋକେ । ତାପରେ ଅବସ୍ଥା କଣ ହେଇଥିବ ଥରେ ଭାବନ୍ତୁ ।

କରଞ୍ଜିଆ (କେନ୍ୟୁଜ) : ଅଧରାତିରେ ଉଲଗ୍ନ ହେଇ ବସିଥିଲେ ସ୍ୱାମୀ ସ୍ତ୍ରୀ । ମଶାଣୀରେ ଉଲଗ୍ନ ହୋଇ କରୁଥିଲେ ପୂଜା, ଧରିନେଲେ ଗାଁ ଲୋକେ । ତାପରେ ଅବସ୍ଥା କଣ ହେଇଥିବ ଥରେ ଭାବନ୍ତୁ । ଏ ଦୁଇଜଣ ହେଉଛନ୍ତି ସେହି ସ୍ୱାମୀ ସ୍ତ୍ରୀ, ଯାହାଙ୍କୁ ମଶାଣୀରୁ କାବୁ କରିଥିଲେ ଲୋକେ ଆଉ ଡାହାଣୀ ସନ୍ଦେହରେ ୧୨ ଘଣ୍ଟା ବନ୍ଦ କରି ରଖିଥିଲେ । ଗାଁଲୋକେ ଉଭୟଙ୍କୁ ମଶାଣୀରୁ ଉଲଗ୍ନ ଅବସ୍ଥାରେ ପୂଜା କରୁଥିବାବେଳେ ଧରି ଆଣି ଏକ ବନ୍ଦ ଘରେ ରଖିଥିଲେ । ତେବେ କୁହାଯାଉଛି ଯେ ରାତି ୧୨ଟା ସମୟରେ ଗାଁ ମଶାଣୀରେ ଏମାନେ ପୂଜା କରୁଥିଲେ, ପୁଣି ନିବସ୍ତ୍ର ହୋଇ । ଆଉ ତାପରେ ଚାଲିଛି କଙ୍ଗାରୁ କୋର୍ଟ ।

ମଶାଣୀରେ ରାତିରେ ପୁଣି ଦେହରେ କିଛି ପୋଷାକ ନାହିଁ, ଏମିତି ଭାବେ ପୂଜା କାହିଁକି କିଏ କରିବ । ସେଥିପାଇଁ ଡାହାଣୀ ସନ୍ଦେରେ ଲୋକମାନେ ଏମାନଙ୍କୁ ଧରିନେଇଛନ୍ତି । ଏହି ଘଟଣା ଘଟିଛି ଯଶୀପୁର ଥାନା ଅଙ୍ଗାରପଦା ଗାଁରେ । କଙ୍ଗାରୁ କୋର୍ଟରେ ବିଚାର ଚାଲିଥିବା ସମୟରେ ପହଞ୍ଚି ଥିଲା ଯଶୀପୁର ଥାନା ପୋଲିସ୍ । ସେମାନେ ଗତ କାଲି ରାତି ୧୨ ଟା ସମୟରେ ଗାଆଁ ମଶାଣିରେ ଉଲଗ୍ନ ହୋଇ ପୂଜା କରୁଥିବା ସମୟରେ ଡାହାଣୀ ସନ୍ଦେହରେ ଧରିଥିଲେ ଗାଁ ଲୋକେ,ଆଜି ଯଶୀପୁର ପୋଲିସ୍ ଓ କରଞ୍ଜିଆ SDPO ଘଟଣା ସ୍ଥଳରେ ପହଞ୍ଚି ମହିଳା ଓ ପୁରୁଷ ଦୁଇଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣି ସ୍ଥାନୀୟ ଲୋକଙ୍କ ସହ ବୁଝାସୁଝା ଜାରି ରଖିଛି ।

ତେବେ ବାସ୍ତବିକ ଏହି କଥାରେ କିଛି ସତ୍ୟତା ଅଛି ନା ଏହା କପୋଳ କଳ୍ପିତ, ତାହା ଠିକସେ କହିହେବ ନାହିଁ କିନ୍ତୁ ପାରିପାର୍ଶ୍ବିକ ପରିସ୍ଥିତି ଓ ଲୋକଙ୍କର ପ୍ରତିକ୍ରିୟାକୁ ଦେଖିଲେ କିଛି ନା କିଛି ଘଟୁଛି ବୋଲି ସହଜରେ ଅନୁମାନ କରାଯାଇପାରେ । କିନ୍ତୁ ଏଠି ଆମେ ଏ କଥା ନିଶ୍ଚିତ କହିବୁ ଯେ ଏ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ । କାରଣ ଆମେ ଏସବୁ କରିକି ଅନ୍ଧବିଶ୍ଵାସକୁ ପ୍ରୋତ୍ସାହନ ଦଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.