ଏ ବର୍ଷ ବାଲିଯାତ୍ରାର ବିଶେଷ ଆକର୍ଷଣ, ଲାଇଟ୍ ଓ ସ୍ୟାଣ୍ଡ ଆର୍ଟର ଯୁଗଳବନ୍ଦୀ

ଆପଣ କଟକର ଐତିହାସିକ ବାଲିଯାତ୍ରା ଦେଖିବାକୁ ଗଲେଣି ନା ନାହିଁ । ଯଦି ଯାଇନାହାଁନ୍ତି ତାହେଲେ ଗୋଟେ ଜିନିଷ ଦେଖିବାକୁ ଜମା ବି ଭୁଲିବେନି । କାହିଁକିନା ଏଥର ପ୍ରମୁଖ ଆକର୍ଷଣ ସାଜିଛି ଲାଇଟ୍‌ ଓ ସ୍ୟାଣ୍ଡର ଯୁଗଳବନ୍ଦୀ । ଯାହା ଲୋକଙ୍କୁ ନିଜ ଆଡକୁ ଟାଣି ଅଟୋମେଟିକାଲୀ ଟାଣି ନେଉଛି । କେତେ ମନଲୋଭା ଦିଶୁଛି ଏ ବାଲୁକା କଳା ।

ଚଳିତ ବର୍ଷ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । କିନ୍ତୁ ଏହି ବାଲୁକା କଳା ଏଥର ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣ ସାଜିଛି । ଏହି ବାଲୁକା କଳାରେ ୩୫ ଫୁଟ ଉଚ୍ଚ ଓ ଶହେ ଫୁଟରୁ ଊର୍ଦ୍ଧ୍ବ ଲମ୍ବର ବୋଇତ ବନାଯାଇଛି । ଯାହା ଲୋକଙ୍କୁ ବେଶ ଆକର୍ଷିତ କରୁଛି ଚଳିତ ବାଲିଯାତ୍ରାରେ ।

କଟକ ଇନ୍ କଟକ ପରିସରରେ ଏହାର ନିର୍ମାଣ କରାଯାଇଛି । ଏହି ବାଲୁକା କଳାରେ ରଙ୍ଗ ବେରଙ୍ଗ ର ଲାଇଟ୍ ଖଞ୍ଜା ଯାଇଛି । ସନ୍ଧ୍ୟାହେଲେ ଏହି ଲାଇଟ୍ ଜଳି ବାଲୁକା କଳାକୁ ଅଧକ ଆକର୍ଷିତ କରୁଛି । ଏହି ବାଲୁକା କଳା ନିକଟରେ ଦର୍ଶକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦର୍ଶକ ମାନେ ବାଲୁକା କଳାକୁ ଦେଖିବା ସହ ଫୋଟୋ ଓ ସେଲ୍ଫି ଉଠାଇଥିଲେ । ଏହାକୁ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏବଂ ତାଙ୍କ ୧୦ ଜଣ ସହଯୋଗୀ ତିଆରି କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.