ବିଲ ମଝିରେ ପଡିଛି ମହିଳାଙ୍କ ମୃତଦେହ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ଯୋଗୁ ମୃତ୍ୟୁ ସନ୍ଦେହ

ବିଲ ମଝିରେ ପଡିଛି ମହିଳାଙ୍କ ମୃତଦେହ। ଗତକାଲି ସନ୍ଧ୍ୟାରେ ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା, ଯାହା ଦେଖଣାହାରୀ ତଥା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

ସୋର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁରରେ ଘଟିଛି ଘଟଣା । ବିଲ ମଝିରେ ପଡିଛି ମହିଳାଙ୍କ ମୃତଦେହ। ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାରପିଟ ଓ ଝଗଡା ହୋଇଥିଲା, ଯାହା ଦେଖଣାହାରୀ ତଥା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।

ଆଜି ସକାଳେ ବିଲ ମଝିରେ କୁନି ସିଂ(ପ୍ରାୟ ୪୫) ମୃତ ଦେହକୁ କେହି ଜଣେ ଦେଖିଲା ପରେ ଖବର ପ୍ରସାରିତ ହୋଇଥିଲା । ଖବର ଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଅତ୍ଯଧିକ ମଦ୍ୟପାନ ହେତୁ ଝଗଡା ଓ ପରେ ଏଭଳି ଘଟଣା ଘଟିଥିବାର ସନ୍ଦେହ । ଖଵର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.