ରାସ୍ତା ପାର ହେବା ସମୟରେ ଟ୍ରକ୍‌ ଚାପାରେ ମହିଳା ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ରାୟଗଡା: ଟ୍ରକ୍‌ ଚାପାରେ ମହିଳା ମୃତ । ମୃତକ ହେଲେ ରାୟଗଡା ବିଷମକଟକ ଥାନା ଡିମିରିଗୁଡା ଗାଁର ମମି କୁଶିକା । ରାସ୍ତା ପାର ହେବା ସମୟରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା ।

ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଦୁର୍ଘଟଣା ସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।