ବାଲେଶ୍ୱର: ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର, ରାସ୍ତା ଉପରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ବାଲେଶ୍ୱର: ସ୍ତ୍ରୀକୁ ଛାଡି ସ୍ୱାମୀ ଫେରାର। ରାସ୍ତା ଉପରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ମହିଳା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ ନିଶା ଖୁଆଇ ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ ରାସ୍ତା ଉପରେ ଛାଡି ଫେରାର ହୋଇ ଯାଇଛନ୍ତି। ମହିଳା ଜଣଙ୍କ ଘର ଖୋର୍ଦ୍ଧା ଅଞ୍ଚଳର। ତେବେ ସିଏ ନିଶାଶକ୍ତ ଅବସ୍ଥାରେ ଥିବାରୁ ଠିକ୍‌ ଭାବେ କାଥାବାର୍ତ୍ତା କରିପାରୁନହାଁନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତା ଉପରେ ଦେଖି ପୋଲିସକୁ ଖବର ଦେଇଥିଲେ। ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି। ତେବେ ସିଏ ଖୋର୍ଦ୍ଧାରୁ କଣ ପାଇଁ ଜଳେଶ୍ୱର ଆସିଥିଲେ ସେନେଇ ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.