ସ୍ମ୍ରିତିଙ୍କ ପାଇଁ ପାଇଲେ ନୂଆ ଜୀବନ: ସଫଳ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଏବେ ଘରକୁ ଫେରିଲେ ମହିଳା
କଟକ(କେନ୍ୟୁଜ୍): ମେ ମାସ ୧୭ ତାରିଖରେ କଟକ ଏସସିବି ମେଡିକାଲରେ କାର୍ଡାଭାରିକ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରହ୍ମପୁର ଅଞ୍ଚଳର ଜଣେ ୧୪ ବର୍ଷର ଝିଅ ସ୍ମ୍ରିତି ସମ୍ରିଦ୍ଧିଙ୍କ ବ୍ରେନ୍ ଡେଡ ହେବାପରେ ତାଙ୍କ ପରିବାର ଲୋକ କିଡନୀ ଦାନ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଏସସିବିର ଏକ ୩ ଜଣିଆ ଡାକ୍ତରୀ ଦଳ ମୃତ ନାବାଳିକା ଶରୀରରୁ ଗୋଟିଏ କିଡନି ସଫଳତାର ସହ ବାହାର କରି କଟକ ଏସସିବି କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ରେ ଆଣିଥିଲେ। ଏସସିବି ମେଡିକାଲରେ ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ମିଳିତ ଉଦ୍ୟମରେ ସଫଳ କିଡନି ପ୍ରତ୍ୟାରୋପଣ କରାଯାଇଥିଲା।
ଜଗତସିଂହପୁର ଅଞ୍ଚଳର ୩୪ ବର୍ଷିୟ ମହିଳା ଅନାମିକା ସାହୁଙ୍କ ଶରୀରରେ ଗୋଟିଏ କିଡନୀ ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ତେବେ ଗତକାଲି ଅନାମିକ ସାହୁଙ୍କୁ କଟକ ଏସସିବି ବଡ଼ ମେଡ଼ିକାଲରୁ ଡିସଚାର୍ଜ କରିଦିଆଯାଇଛି। ଅନାମିକାଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହି ସଫଳ ଅସ୍ତ୍ରୋପଚାରରେ ମୁଖ୍ୟ ଭୂମିକାରେ ନେପ୍ରଲୋଜି ଓ ୟୁରୋଲୋଜି ବିଭାଗ ଡାକ୍ତର ଅରୁଣା ଆଚାଯ୍ୟ, ଡାକ୍ତର ସମୀର ସ୍ୱାଇଁ, ଡାକ୍ତର ସବ୍ୟ ସଚି ପଣ୍ଡା,ଡାକ୍ତର ସଂଜୟ ଚୌଧୁରୀ, ଆନେଥେସିଆର ଡାକ୍ତର କଲ୍ୟାନି ନାୟକ ଓ ଅନ୍ୟ ଷ୍ଟାପନର୍ସ ମାନେ ସାମିଲ ଥିଲେ।